STORYMIRROR

Alhadini Panigrahi dash

Others

2  

Alhadini Panigrahi dash

Others

କୁସନ୍ ହୁଅନ୍ତି କଥା

କୁସନ୍ ହୁଅନ୍ତି କଥା

1 min
2.6K

ଲକ୍ ଡାଉନ୍ ବେଳେ ଘର ଟି ଭିତରେ

ଆସ ହେ ଖେଳିବା ଖେଳ

ବାହାରକୁ ଗଲେ କୋରୋନା ରୁପରେ

ଚାହିଁ ରହିଅଛି କାଳ


ତାସ୍,ଲୁଡୁ ଗୋଟି,କ୍ୟାାରେେମ ଆଦି

ହସୁଛନ୍ତି ମନେ ମନେ

ଆଡ ଆଖି ରେ କେ ଅନାଉ ନ ଥିଲେ

ସମୟ ର ଅଭାବ ରେ


ସକାଳୁ ,ସଞ,ଫୁରସତ ନଥିଲା

କର୍ମମୟ ଜଞାଳ ରେ

ଘର ,ପରିବାରେ ଗପିବାକୁ ଟିକେ

ସମୟ ନଥିଲା କା'ରେ


ମୁରୁକି ହସିକି ,କୁସନ୍ ଦିଓଟି

ହେଉଛନ୍ତି ଏବେ କଥା

ହସଖୁସି ଦେଖି ପେଟ ପୁରୁଅଛି

ଆଗ ଲାଗୁଥିଲା କେତେ ଫାଙ୍କା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍