କୁଞ୍ଚିର ଆଦର
କୁଞ୍ଚିର ଆଦର
1 min
211
ଚାରିକାନ୍ଥ ପରିବେଷ୍ଟି ଗୋଟେ ସିନା ଘର
ମାନସ କାନ୍ଥ ଉଠିଛି ମନର ଭିତର ।
ବସ୍ତୁବାଦୀ ଦୁନିଆରେ ଯୁଗ୍ମ ରୋଜଗାର
ରୋଜଗାର ଚିଣ୍ଡାଇଲା ସୂତା ସମ୍ପର୍କର ।
ଗୋଟେ ଘର, ଗୋଟେ ତାଲା, ଚାବି ଦୁଇଗୋଟି
ଶ୍ବାସରୁଧ ହୁଏ ଥାଇ ଶିତତାପ ନିୟନ୍ତ୍ରିତ କୋଠି।
ପୂରୁବ, ପଶ୍ଚିମ ମୁଖା ଦୁଇଟି ଶରୀର
କେହି ଜଣେ ନ ବୁଝନ୍ତି ହୃଦୟ କାହାର।
ଭଙ୍ଗା ମନେ ଦରଗଢା ସଂସାରକୁ ଭାଙ୍ଗୀ
କିଏ ନୂତନ ସଂସାରୀ,କିଏ ବଇରାଗୀ ।
କୁନି ଛୁଆ ବନ୍ଧା ଥାଏ ମାଆର ପଣତେ
ପିତା ମାତା ଯୋଗୁଁ ତାର ଶୈଶଵଟା ଦୁର୍ବିସହ ସତେ ।
ଉଭୟଙ୍କ ମନେ ଥାଏ କୁଞ୍ଚିର ଆଦର
କୁଞ୍ଚି ଦୁଇଭାଗ ହୋଇ ଫଟାଏ ନଅର ।
