STORYMIRROR

Jyotirmoyee Mohanty

Others

3  

Jyotirmoyee Mohanty

Others

କୁନିପାଇଁ ଗୀତଟିଏ

କୁନିପାଇଁ ଗୀତଟିଏ

1 min
130

କୁନି ମୋର

ତୋ'କୋମଳ, ନିରୀହ ଆଖି ଦୁଇ

ଛୁଇଁଯାଏ ମୋ'ଅନ୍ତର।


କାହାକୁ କରୁଛୁ କି ଭୟ!

ସ୍ପଷ୍ଟ ବାରି ହୋଇପଡେ ତୋ ଚାହାଣୀରୁ ।


ଦୁନିଆକୁ ଆସିଛୁ ଯେଚେବେଳେ

ଯନ୍ତ୍ରଣା ପାଇଁ ଡରିବୁନି ଜମା, ଧନମୋର

ଯେତେଯେତେ ପାଉଥିବୁ କଷ୍ଟ

ଜାଣିବୁ ତୁ ତୋ ଭାଗ୍ୟର ପାପଭାର

ହେଉଛି ନିଶେଷ।


ସମସ୍ତେ ଦୁଃଖି ଏଇଠି

ରାଜାଠାରୁ ରଙ୍କିଯାଏ

କିଛିନା କିଛି ତ ପାଇଁ

ସନସ୍ତଙ୍କ ମନେ ଥାଏ

ଅବସୋସ ଭରି।


ତୁ, ମୁଁ କେବଳ ଏକେଲା

ଦୁଃଖି ନୋହୁଁରେ

ଏ ଦୁନିଆର ଅନ୍ୟନାମ ଯନ୍ତ୍ରଣା ।


ମାଗିନେ ମାଗିନେ ଧନ

ତୋ'ଭାଗ୍ୟ ବିଧାତାଙ୍କୁ

ଯେତେ ଦୁଃଖ ଅଛି ତୋ ଭାଗ୍ୟର

ଓଜାଡି ଦିଅନ୍ତୁ ତୋ ହାତରେ।


ଜଳିଜଳି ସରିଗଲେ ଶେଷ ଦୀପଶିଖା

ଜାଣିବୁ ତୁ ଏ ଜନ୍ମରୁ ପାଇଯିବୁ ମୋକ୍ଷ।



Rate this content
Log in