STORYMIRROR

Narendra Prasad Behera

Children Stories Inspirational

4  

Narendra Prasad Behera

Children Stories Inspirational

କୁନା ପଢିବ ପାଠ

କୁନା ପଢିବ ପାଠ

1 min
335


କୁନା ତ ଆମର ସୁନା ପିଲାଟା

        ପଢିବାକୁ ମନକଲା

କହିଲା ଯାଇସେ ମାଆର କାନେ

      ସ୍କୁଲ ଯିବା ବେଳ ହେଲା ।


ଖାଇବାକୁ ମୋତେ ଦିଅ ଶୀଘ୍ର ମା

       ବସ୍ତାନି କାନ୍ଧରେ ଧରି

ବାହାରିଲା କୁନା ବସ୍ତାନି ଧରି

    କହିଲା ମା କରନି ଡେରି ।


ଏଡେ ବକଟେ କୁନାଟା ଆମର

        ସ୍କୁଲ ଯିବାକୁ ଅଧିର

ସକଳ କାମକୁ ସାରିଣ ମାଆ 

       ଗଲାତ ନେଇ ସାଙ୍ଗର ।


କହିଲା ମାଆ ତା ମାଷ୍ଟର କାନେ

       କୁନା ତ ପଢିବ ପାଠ

ପଢିବାକୁ ସେ କରେ ତ ଅଝଟ

       ଯେତେ ମାଠିବ ତ ମାଠ ।


ମାଆଠାରୁ ଶୁଣି କୁନାର କଥା

       ଅବାକ ହୋଇଲେ ସର୍ବେ

ଏହି ପିଲା ଦିନେ ରଖିବ ନାଁ 

        ସମସ୍ତ କହିଲେ ଗର୍ବେ ।



Rate this content
Log in