STORYMIRROR

Etishree Jana

Others

3  

Etishree Jana

Others

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା

1 min
271

ଶୀତଳ ପବନ ବହେ କାର୍ତ୍ତିକ ଆଗମନରେ

ସୁରଭି ଚହଟାଏ ଶେଫାଳି ଉପବନରେ।


ସୂର୍ଯ୍ୟଙ୍କ ଆଗମନେ କଅଁଳ ଖରାରେ

ଫୁଟଇ ରାଜୀବ ଆହା କେଡେ ସୁମନୋହରେ।


ଶୀତର ତାଳେତାଳେ କାକର ବୁନ୍ଦାରେେ

ମୁକୁତା ଦିିଶଇ ତାହା ଘାସର ଗାଲିଚାରେ।


ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ପରେ

ଲକ୍ଷ୍ମୀ ବିରାଜନ୍ତି ସଭିଙ୍କ ଘରେ।


ଭିନ୍ନ ସମୟରେ ମାଆଗୋ ଭିନ୍ନ ରୂପରେ

ପୂଜନ୍ତି ସଭିିଏଁ ତୋତେ ମହା ଆନନ୍ଦରେ।


ଖେଳନ୍ତି ତରୁଣୀଗଣ ଜହ୍ନର ଆଲୋକରେ

ମନରେ ଉଲ୍ଲାସ ଜନ୍ମେ ପୂର୍ଣ୍ଣିମା ଆଗମନରେ।


କାର୍ତ୍ତିକ ଆରମ୍ଭରେ ଓଷାର ବିିିଧିରେ

ପୂଜନ୍ତୁ କୁମାରୀ ସବୁ କାର୍ତ୍ତିକ ପୂର୍ଣ୍ଣିମାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍