STORYMIRROR

Jagabandhu Sahu

Others

2  

Jagabandhu Sahu

Others

କୁମାର ପୂର୍ଣ୍ଣିମା ଶୁଭେଚ୍ଛା

କୁମାର ପୂର୍ଣ୍ଣିମା ଶୁଭେଚ୍ଛା

1 min
530


ଚଉଁରା ମୂଳରେ ଜହ୍ନିଓଷା ପୂଜି

କୁଆଁରୀ ହୁଅନ୍ତି ମେଳ

ଶରତ ଆକାଶେ ତୋଫା ଜହ୍ନ ହସେ

ଦେଖି ପୁଣି ପୁଚି ଖେଳ

ଲିଆ ଭୁଜା ସାଥେ ପିଜୁଳି କାକୁଡି

ଜହ୍ନି ଫୁଲ ଦୀପ ଦୂପ

ପୂଜନ୍ତି କୁଆଁରୀ ମାଆ ବୃନ୍ଦାବତି

ମନ ଦୃଢ କରି ଏକ

ମାସ ସାରା ସେ ଉପବାସ କରନ୍ତି

ମନେ ଭକ୍ତି ଭାବ ଭରି

ପୂର୍ଣ୍ଣ କର ଦେବୀ କୁଆଁରୀଙ୍କ ଆଶା

ଏତିକି କରେ ଗୁହାରୀ

ପୂର୍ଣ୍ଣାମା କୁ ପୂର୍ଣ୍ଣିମା ହୋଇଗଲା ମାସେ

ଏ ବ୍ରତ ହୋଇଲା ଶେଷ

ପୂଜା ପିଠେ ଉଭା ହୁଅ ମହାମାୟୀ

ଢାଳି ଯେ ତୁମ ଆଶିଷ

ହେ ବନ୍ଧୁ ବାନ୍ଧବୀ ଆହେ ସାଙ୍ଗ ସାଥି

ଘେନନ୍ତୁ ଶୁଭେଚ୍ଛା ମୋର

କୁମାର ପୂର୍ଣ୍ଣିମା ଉପଲକ୍ଷେ ଏଇ

ଛୋଟ ମୋର ଉପହାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍