କୁଲି
କୁଲି
1 min
726
ନିୟତି ନିର୍ଦ୍ଦେଶେ ଚାଲଇ ମଣିଷ
ବୋହି ଦୁଃଖ ସୁଖ ବୋଝ,
କେତେବେଳେ ଖରା କେତେବେଳେ ଛାଇ
ଜୀବନ କରଇ ସଜ । ୧।
ଅସହ୍ୟ ହୋଇଲେ ଜୀବନ ଯନ୍ତ୍ରଣା
କାହାକୁ ପାରୁନି କହି,
ଶୁଣିବାବାଲା ତ ମଉନ ବସିଛି
ଏମିତି ନାଟ ଲଗାଇ। ୨।
କରମକୁ ମୁହିଁ ସରମ ନକରି
ମୁଣ୍ଡ ଝାଳ ମାରେ ତୁଣ୍ଡେ,
ଶିକ୍ଷିତ ପାଖରେ ଅଲୋଡ଼ା ମୁହିଁ ଯେ
ଶାନ୍ତି ପାଏନାହିଁ ଦଣ୍ଡେ। ୩।
ସମ୍ମାନ ମୋହର ଅଟଇ କରମ
ସହଜେ ଗୁଆଁର ମୁହିଁ,
ପେଟ ପୋଷିବାକୁ ନାଟ କରିଚାଲେ
ଇତର ଶ୍ରେଣୀରେ ରହି । ୪।
ସରଗର ସୁଖ ଏଇଠି ପାଏ ମୁଁ
ଏଇଠି ଦେଖେ ନରକ,
ସଂସାର ମୋହର ଅଟେ ଶିରୀକ୍ଷେତ୍ର
ମନେ ନାହିଁ ତିଳେ ଦକ ।୫।
