STORYMIRROR

Srinibas Mahalik

Others

2  

Srinibas Mahalik

Others

କୁକୁଡ଼ା ମାଂସ

କୁକୁଡ଼ା ମାଂସ

1 min
639



କୁକୁଡାଙ୍କ ଦେହେ ବେଆଇନ୍ ଭାବେ

ଆଣ୍ଟିବାୟୋଟିକ୍ ଠେସି

ଅଳପ ଦିନରେ ବଢେଇ ଦିଅନ୍ତି

କୁକୁଡାଙ୍କ ମାଂସପେଶୀ ।।

ଆକାର ଓଜନ ବଢେଇବା ପାଇଁ

ଦିଆହୁଏ କେମିକାଲ

ଯା'ଦ୍ବାରା କୁକୁଡା ମାଂସ ହୋଇଯାଏ

ବିଷ ସହ ସମତୁଲ ।।

ଅତି ଆନନ୍ଦରେ ରାନ୍ଧିକି ଏହାକୁ

ଖାଉ ଆମେ ଦିନରାତି

ହେଲେ ସେହି ମାଂସ ଆମ ଶରୀରକୁ

କରି ପାରେ ବହୁ କ୍ଷତି ।।

ହେ ସରକାର ଏଥିପ୍ରତି ଟିକେ

ପଡୁ ଆପଣଙ୍କ ଧ୍ୟାନ

ପ୍ରତ୍ୟେକ କୁକୁଡା ଫାର୍ମକୁ ଯାଇ

ସର୍ଭେ ହେଉ ତନ୍ନତନ୍ନ ।।


@ବିଜୟନଗର,ଗଣିଆ,ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍