କୁକୁଡ଼ା ମାଂସ
କୁକୁଡ଼ା ମାଂସ
1 min
637
କୁକୁଡାଙ୍କ ଦେହେ ବେଆଇନ୍ ଭାବେ
ଆଣ୍ଟିବାୟୋଟିକ୍ ଠେସି
ଅଳପ ଦିନରେ ବଢେଇ ଦିଅନ୍ତି
କୁକୁଡାଙ୍କ ମାଂସପେଶୀ ।।
ଆକାର ଓଜନ ବଢେଇବା ପାଇଁ
ଦିଆହୁଏ କେମିକାଲ
ଯା'ଦ୍ବାରା କୁକୁଡା ମାଂସ ହୋଇଯାଏ
ବିଷ ସହ ସମତୁଲ ।।
ଅତି ଆନନ୍ଦରେ ରାନ୍ଧିକି ଏହାକୁ
ଖାଉ ଆମେ ଦିନରାତି
ହେଲେ ସେହି ମାଂସ ଆମ ଶରୀରକୁ
କରି ପାରେ ବହୁ କ୍ଷତି ।।
ହେ ସରକାର ଏଥିପ୍ରତି ଟିକେ
ପଡୁ ଆପଣଙ୍କ ଧ୍ୟାନ
ପ୍ରତ୍ୟେକ କୁକୁଡା ଫାର୍ମକୁ ଯାଇ
ସର୍ଭେ ହେଉ ତନ୍ନତନ୍ନ ।।
@ବିଜୟନଗର,ଗଣିଆ,ନୟାଗଡ଼
