Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smrutirekha Acharya

Others

4.9  

Smrutirekha Acharya

Others

କୁକୁର ଛିଣ୍ଡା ପୋଡା ରୁଟିର ଆଦର

କୁକୁର ଛିଣ୍ଡା ପୋଡା ରୁଟିର ଆଦର

1 min
288


ଖରା ବର୍ଷା ଶୀତ କାକର ଖାଇ

ବୃକ୍ଷ ତଳେ ଭୂଇଁ ରେ ଲୋଟଇ

ଭାବି ପ୍ରାସାଦ ତାର

ରାସ୍ତା କଡ଼ ଗଛ ମୂଳରୁ ଚେର l


ଅଧା ଛିଣ୍ଡା କୁକୁର ଖିଆ ରୁଟି ଖଣ୍ଡ କୁ

ଆଦର ରେ ସାଉଁଣ୍ଟୁଛି ନୀତି

ପେଟ ର ଜ୍ୱଳନ୍ତ ନିଆଁ ରୁ

ପାଇବାକୁ ଟିକେ ତ୍ରାହି l


ଶୀତ ରେ କମ୍ପେ ଆପାଦ ମସ୍ତକ

ଛିଣ୍ଡା ବେଡ଼ସିଟ କୁ ଗୋଟେଇ ଆଣେ ଆବର୍ଜନା କୁଣ୍ଡ ରୁ

ପାଇବାକୁ ଉଷୁମୁ ଟିକେ

ଥଣ୍ଡା କମ୍ପନ ରୁ l


କାଲି ଯାଇଥିଲା ଘର ଘର ମାଗି

କିଏ ଦିଅ ଟିକେ ଭାତ ଲୁଣ

ଫୋପାଡ଼ିଲେ ଉପରେ ତାର ତତଲା ପେଜ ପାଣି

ଦେହ ହାତ ସବୁ ଫୋଟକା ପୂର୍ଣ୍ଣ l


ନାହିଁ ଲୋଭ ତାର କାମିନୀ କାଂଚନେ

ନାହିଁ ମୋହ ତାର ଅଧିକ ଆୟୁଷ ରେ

ମେଣ୍ଟାଇଵା ପାଇଁ କ୍ଷୁଦା ତୃଷ୍ନା

କରେ ପରା ସେ ଟିକି ଆଶା l


ପଲଙ୍କ ଖୋଜେନି ଶାନ୍ତି ନିଦ ପାଇଁ

ଗଛ ମୂଳ କାଫି ତାର

ଟେକା ବୋଲୁଅ ର ମାଡ ମାରି

ନିଦ୍ରା ଭଙ୍ଗ ତାର ନକର

ପାର ଯଦି ତାକୁ ବସ୍ତ୍ର ଟିଏ ଦିଅ

ଏ ହେବ ପ୍ରକୃତ ମନୁଷ୍ୟ ପରିଚୟ l


ଧନୀ ଲୋକ ଖାଏ ବାଛି କରି ପସନ୍ଦ ନାପସନ୍ଦ

ପିଏ ବହୁ ପରିଷ୍କାର ଜଳ

ସେ ଚାହିଁ ରହିଥାଏ ତା ଅଇଁଠା ପତ୍ର ଛଡା ଖାଦ୍ୟ

ଆଉ ପିଏ ଭଙ୍ଗା ନଳକୂପ ପ୍ରଦୂଷିତ ଜଳ l


ରୋଗ ବୈରାଗେ କେତେ ଡାକ୍ତର ଔଷଧି

ଖଞ୍ଜା ପଛ କୁ ପଛ ଥିଲା ଵାଲା ଘରେ

ଗରିବ ଖୋଜେ କୋଉ ଡାଳ ପତ୍ର ଚେରମୂଳି

ପଡି ଥିଲେ ରୋଗେ l


କେତେ ଆସବାବ ପତ୍ର କେତେ ଯନ୍ତ୍ର ପାତି

କରି ବ୍ୟବହାର ଜାପୁଛ ସରଳ ଜୀବନ ଧନୀ

ଥରେ ଦେଖ ଭାବି

କଲେ ଦରିଦ୍ର କୁ ସହଯୋଗ ସେ ହେବ କେତେ ଖୁସି l




Rate this content
Log in