STORYMIRROR

sudhakar sethi

Others

3  

sudhakar sethi

Others

କୁହୁଳା ନିଆଁ

କୁହୁଳା ନିଆଁ

1 min
255


ମନରେ ଯେବେ ଲାଗଇ ନିଆଁ

ଦୁର୍ବିସହ ହୁଏ ବଞ୍ଚିବା

ହା ହୁତାସନେ ଜଳେ ହୃଦୟ

ଖୋଜା ପଡିଥାଏ ସାହାରା


ଉଛୁଳା ସେ ଜୀବନ ନଈରେ

ସେ ବି ତ ଏକ ଧାରା

ଜଣେ ଗଲେ ପୁଣି ଆସିବ ଆନ

ପ୍ରକୃତି ଏ ନିୟମ ନିଆରା


ସୁଖରେ ନହୋଇ ଅଧିର

ଦୁଃଖରେ ହୋଇ ସ୍ଥିତପ୍ରଜ୍ଞ

ସଂସାର ସାଗରେ ସଫଳ ହେବାକୁ

କର ମୋହମାୟା ବିନାଶ ଯଜ୍ଞ ।


ଅସାର ସଂସାର ଭିତରେ 

କେହି ନୁହଁଇ କାହାର

ମାଆର ସ୍ନେହ ବାପାର ମମତା

ଆଗେ ବାକି ସବୁ ବେକାର


ଛନ୍ଦକପଟ ଭରା ମାୟାର ସଂସାରେ

ପାଉଛି ଯେ କେତେ ଯାତନା

ଯେତେ ଦୂରେଇଲେ ଅନାଦର କଲେ

ତଥାପି ସରୁନି ସେ ଭାବନା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍