କୁହୁକ
କୁହୁକ
ସାତ ଦେଶ ପରିବେଷ୍ଟିତ ଏକ କୁହୁକ ନଗର
ସେଠାକାର ରାଜକୁମାର ସେ ପ୍ରଶାନ୍ତ କୁମର
ଯତନେ ସମ୍ଭାଳି ରାଜ୍ୟର ଭାର
ମହାନ ରାଜା ସେ ପ୍ରଜାମାନଙ୍କର।
ଏକଦା କୁଚକ୍ରୀ ରାଜାଙ୍କର ମନ୍ତ୍ରୀ
ଲୋଭ ବଶେ କଲା ଯୋଜନା ଭିଆଣ
ରାଜାଙ୍କୁ ହଟାଇ କବଜା କରିବ ଜାଣ
ସେହି ଏକା ଯୋଗ୍ୟ ପ୍ରାର୍ଥୀ ରାଜସିଂହାସନର
ରାଜା ପାଳିଥିଲେ ଗୁପତେ ଏକ ବାଜ
ବାଜ ରୂପରେ ସେ ଅଟନ୍ତି ତାଙ୍କର ଗୁପ୍ତଚର
କୁହୁକ ବଳେ ରାଜା ଜାଣିଣ ସକଳ
ଆଜ୍ଞା ଦେଲେ ପାତ୍ର ମନ୍ତ୍ରୀ ଡ଼ାକିଣ
ବସିଅଛି ରାଜନଅର ଶିଖରେ ଜଙ୍ଗଲୀ ବାଜ
ଧରିଣ ତାହାକୁ ଆଣିବଟି ଯେବେ
ମନବାଞ୍ଛା ଉପହାର ଲଭିବ ତେବେ।
ସୈନ୍ୟ ସାମନ୍ତ ଆଜ୍ଞା ପାଇ ଖେଦିଣ ଯାଆନ୍ତି
ବାଜ ପକ୍ଷୀକୁ କାବୁ କରିଣ ଆଣନ୍ତି
ରାଜାଙ୍କ ଛାମୁରେ ପହଞ୍ଚିଲା କ୍ଷଣି
ବାଜ ପାଲଟିଲା ସୁନ୍ଦରୀ ରମଣୀ।
ରମଣୀ କୁଟିଳ କିଏ ଇଙ୍ଗିତ କରାଇ
ସର୍ବ ବଖାଣନ୍ତି କିଏ ସେହି କୁଚକ୍ରାନ୍ତକାରୀ
ରାଜାଙ୍କ ଆଦେଶେ ମନ୍ତ୍ରୀ ଗଲେ କାରାବାସେ
ଆସନ୍ନ ବିପଦର କାୟା ଗଲା ଅପସରି।
