STORYMIRROR

Subhalaxmi Nayak

Others

3  

Subhalaxmi Nayak

Others

କୁହୁକ ନଗର

କୁହୁକ ନଗର

1 min
159

ସାତ ସିନ୍ଧୁ ପାରି ଏକ କୁହୁକ ନଗରୀର

ଥିଲେ ଜଣେ ବିଚକ୍ଷଣ ରାଜା ପ୍ରସନ୍ନ କୁମାର

ନାମ ପରି କାର୍ଯ୍ୟ ଅତୁଳନୀୟ ତାଙ୍କର

ସେ ନଗରୀର ସମସ୍ତେ କାଟନ୍ତି ସୁଖରେ ସଂସାର।


ଦିନେ ଏକ ବାଜ ପକ୍ଷୀ ନିସ୍ତି ରଖି ତା ଶିକାର

ଉଡ଼ି ଆସି ବସିଗଲା ରାଜନଅରର ଶିଖର

ତହୁଁ ପାତ୍ର ମନ୍ତ୍ରୀ ଡ଼ାକି କୁହନ୍ତି ତାଙ୍କ ଛାମୁରେ

ତୁରନ୍ତ ଧରି ଆଣ ତାକୁ ବସାଅ ମୋ ଆଗରେ।


ଆଜ୍ଞା ପାଇ ପାତ୍ର ମନ୍ତ୍ରୀ ଡ଼ାକି ସୈନ୍ୟ ସାମନ୍ତ

ପକ୍ଷୀ ଧରି ଆଣିବାକୁ ବାହାରିଲେ ତୁରନ୍ତ

ତହୁଁ ପକ୍ଷୀ ଜାଣିପାରି ଉଡ଼ି ଯେ ଆସଇ

ନ ରଖି ମନରେ ଭୟ ରାଜାଙ୍କ ବାହୁରେ ବିରାଜି।


କୁହୁକ ନଗର ଯେଣୁ ରାଜା ନ ହୋଇ ଚକିତ

ଜାଣିଗଲେ ଏ ପ୍ରସଙ୍ଗ ପ୍ରକୃତରେ ଅଟେ ଅଦ୍ଭୁତ

ଯେଣୁ ଯେଣୁ ରାତ୍ର କାଳ ବଢ଼ୁଥାଏ ନଗରେ

ବାଜପକ୍ଷୀ ପାଲଟି ଯାଏ ଏକ ସୁନ୍ଦରୀ ରମଣୀରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍