STORYMIRROR

Suresh chandra Padhy

Others

3  

Suresh chandra Padhy

Others

କୁହୁଡି

କୁହୁଡି

1 min
124

ମୋ ଜୀବନରେ କେବେ କୁହୁଡି ମାଡି ଆସେ

ସବୁ ଆଡ଼େ ଧୁଆଁ ଧୁଆଁ ମୋତେ ଖାଲି ଦିଶେ

କୁହୁଡି କେବେ ମୋ ଜୀବନ ପଥକୁ ଅବରୋଧ କରିଦିଏ

ସେହି କୁହୁଡି ଦିଗ ହରା ମଣିଷ କରି ମୋତେ ବୁଲାଏ

କୁହୁଡି ମୋ ଜୀବନରେ ମାଡି ଆସି, ମୋ ଆଶା ର ସୁରୁଜ କୁ ଲୁଚାଇ ଦିଏ

ମୋର ସବୁ ସ୍ୱପ୍ନକୁ କେବେ ପାଉଁଶିଆ କରି ନଷ୍ଟ କରିଥାଏ

କୁହୁଡି ଆସିଲେ ପ୍ରଚଣ୍ତ ଶୀତ ସାଥିରେ ଆଣେ

ମୋ ଜୀବନରେ କୁହୁଡି ଆସି ବିପତ୍ତି ଦିଗକୁ ମୋତେ ଟାଣେ

କୁହୁଡି ମୋ ମନରେ ରହି ମୋତେ ବାଟ ବଣା କରିଦିଏ

ସେଇ କୁହୁଡି ମୋ ଆଖିର ଲୁହ ହୋଇ ଝରି ଯାଏ

 କୁହୁଡି କେବେ ଆଜ୍ଞାନ ରୂପେ ମୋ ଭିତରେ ରହି 

ମୋର ଜ୍ଞାନକୁ ଲୁଚାଇ ଦିଏ

ସେଇ କୁହୁଡି ମୋତେ ଅଜଣାପଥର ପଥିକ କରିଦିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍