କୁହୁଡି
କୁହୁଡି
ମୋ ଜୀବନରେ କେବେ କୁହୁଡି ମାଡି ଆସେ
ସବୁ ଆଡ଼େ ଧୁଆଁ ଧୁଆଁ ମୋତେ ଖାଲି ଦିଶେ
କୁହୁଡି କେବେ ମୋ ଜୀବନ ପଥକୁ ଅବରୋଧ କରିଦିଏ
ସେହି କୁହୁଡି ଦିଗ ହରା ମଣିଷ କରି ମୋତେ ବୁଲାଏ
କୁହୁଡି ମୋ ଜୀବନରେ ମାଡି ଆସି, ମୋ ଆଶା ର ସୁରୁଜ କୁ ଲୁଚାଇ ଦିଏ
ମୋର ସବୁ ସ୍ୱପ୍ନକୁ କେବେ ପାଉଁଶିଆ କରି ନଷ୍ଟ କରିଥାଏ
କୁହୁଡି ଆସିଲେ ପ୍ରଚଣ୍ତ ଶୀତ ସାଥିରେ ଆଣେ
ମୋ ଜୀବନରେ କୁହୁଡି ଆସି ବିପତ୍ତି ଦିଗକୁ ମୋତେ ଟାଣେ
କୁହୁଡି ମୋ ମନରେ ରହି ମୋତେ ବାଟ ବଣା କରିଦିଏ
ସେଇ କୁହୁଡି ମୋ ଆଖିର ଲୁହ ହୋଇ ଝରି ଯାଏ
କୁହୁଡି କେବେ ଆଜ୍ଞାନ ରୂପେ ମୋ ଭିତରେ ରହି
ମୋର ଜ୍ଞାନକୁ ଲୁଚାଇ ଦିଏ
ସେଇ କୁହୁଡି ମୋତେ ଅଜଣାପଥର ପଥିକ କରିଦିଏ
