STORYMIRROR

SUKANTA KHANDA

Others

4  

SUKANTA KHANDA

Others

କୁହୁଡି଼

କୁହୁଡି଼

1 min
406


ଶୀତ ଓ କୁହୁଡି଼ ମିତ ବସିଲେଣି

ନବ ଉନ୍ମାଦନା ହୋଇ

ଶିଖାଇବେ ମିଶି ନିରାଟ ସତ୍ଯତା

ସଭ୍ଯତା ସଂସ୍କୃତି ପାଇଁ।


ଦିଲ୍ଲୀ ମୁମ୍ବାଇକୁ ଘୋଡେ଼ଇଲେ ଦେଖ

ନିଜର ବାହୁ ବିସ୍ତାରୀ

ଦଶଘଡି଼ ଯାଏ ଘରୁ ବାହାରିବା

କାକର ପଡୁଛି ଝରି।


କିଏ ଦୋଷ ଦିଏ ବିଜ୍ଞାନକୁ ଏଠି

କିଏ କହେ ଧର୍ମ ଭାବ

ସତ୍ଯତା ଏହିକି ଗଛକୁ ହାଣୁଛେ

ନ ଭାବି ସଂସାରେ ଜୀବ।


ଜଗତରେ ଆଜି ଅମ୍ଳଜାନ ଧ୍ବଂସ 

ଅଙ୍ଗାରକାମ୍ଳ ପ୍ରଚୁର

ଫଳରେ କୁହୁଡି଼ ଶିକ୍ଷା ଦେଉଅଛି

ସଚେତନ ବାରମ୍ବାର।


କିଏ ବା କାହିଁକି ବୁଝିବାକୁ ଯିବ

କୁହୁଡି଼ କଥାରେ ମାତି

ବିଜ୍ଞାନ ବଳରେ ଯିଏ ବଳିୟାର

କାହିଁକି ହୃଦୟେ ଭିତି ।


କୁହୁଡି଼ର ଶିକ୍ଷା ଆମ ପାଇଁ ହିତ

ସେ ପାଇଁ ସତର୍କ ଘଣ୍ଟି

କଥା କହୁଥିଲେ ଆଈ ସକାଳରେ

ବସି ଶୁଣୁଥିଲା ବଣ୍ଟି।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍