କୁହୁଡି ତିଆରି ଘର
କୁହୁଡି ତିଆରି ଘର
1 min
291
ପ୍ରତାପ ନାୟକ
୭୦୦୮୦୫୪୨୮୨
ଏଇ କିହୁଡି ତିଆରି ଘର
ନା ଅଛି ରୁଅ ନା ଅଛି ଛପର
ପାଣି ବୋହୁଥିବା ପିମ୍ପୁଡି ରୁଖା
ଥଣ୍ଡାରେ ଲଥପଥ ସିରାଳ ଦେହ
କାକର ଭିଜା ବିଡି ଧୁଆଁ
କୋଲମରା ପାପୁଲିରେ ପାଉଁସ ବୋଳା
ଚିକ୍କଣ ବାସନ
ଥକ୍କା ମରା ପଅଁରାର କଣ ମୁଣ୍ଡେ ଆଡରୂଷା
ଗୋବରପାଣି ବାସ୍ନାର ମହକ
ଝଡା ଗଂଗଶିଉଳି ନାଲି ଡେମ୍ଫର ଅଭିମାନ
ଚଳୁନଥିବା ସୁଉକିର ଝମ୍ ଝମ୍
ଏହି କିହୁଡି ତିଆରି ଘର
ନା ଅଛି ଠଣା ପୁଣି ନାହିଁ ଷଠିଘର
ଏହି କିହୁଡି ତିଆରି ଘର
