STORYMIRROR

pratap nayak

Others

3  

pratap nayak

Others

କୁହୁଡି ତିଆରି ଘର

କୁହୁଡି ତିଆରି ଘର

1 min
298


ପ୍ରତାପ ନାୟକ

୭୦୦୮୦୫୪୨୮୨


ଏଇ କିହୁଡି ତିଆରି ଘର

ନା ଅଛି ରୁଅ ନା ଅଛି ଛପର

ପାଣି ବୋହୁଥିବା ପିମ୍ପୁଡି ରୁଖା

ଥଣ୍ଡାରେ ଲଥପଥ ସିରାଳ ଦେହ

କାକର ଭିଜା ବିଡି ଧୁଆଁ

କୋଲମରା ପାପୁଲିରେ ପାଉଁସ ବୋଳା

ଚିକ୍କଣ ବାସନ

ଥକ୍କା ମରା ପଅଁରାର କଣ ମୁଣ୍ଡେ ଆଡରୂଷା

ଗୋବରପାଣି ବାସ୍ନାର ମହକ

ଝଡା ଗଂଗଶିଉଳି ନାଲି ଡେମ୍ଫର ଅଭିମାନ

ଚଳୁନଥିବା ସୁଉକିର ଝମ୍ ଝମ୍

ଏହି କିହୁଡି ତିଆରି ଘର

ନା ଅଛି ଠଣା ପୁଣି ନାହିଁ ଷଠିଘର

ଏହି କିହୁଡି ତିଆରି ଘର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍