କୁହରେ କାର୍ତ୍ତିକ
କୁହରେ କାର୍ତ୍ତିକ
କୁହରେ କାର୍ତ୍ତିକ କି ଯାଦୁ ଯେ କର
ଆମ ମଣିଷମାନଙ୍କ ପାଇଁ
ଏଗାର ମାସ ପାପ କେମିତି ଲିଭାଅ
ଧରମର ମାସ ବୋଲାଇ ll
ତିରିଶ ଦିନର ହବିଷ କରିଣ
ଧରମ ସବୁ ଠୁଳ କରନ୍ତି
ଶେଷ ପାଞ୍ଚ ଦିନ ହରେ କୃଷ୍ଣ ନାମେ
ଧର୍ମ ସାଗରରେ ଡୁବି ଯାଆନ୍ତି ll
ଯେଉଁ ଦିନ ସରେ ତୁମ ର ମାସ
ଛାଡ ଖାଇ ତା ନାମ ଦିଅନ୍ତି
ମାଛ ମାଂସ ପାଇଁ ଏମିତି ଯେ ହୁଅନ୍ତି
ସତେ କେଉଁ କାଳୁ ଖାଇନାହାନ୍ତି ll
ମନ ଆନନ୍ଦରେ ହେଡା ଯେ ଚୋବାନ୍ତି
କି ତୃପ୍ତି ସେ ଯେ ଲଭନ୍ତି
ଯେଉଁ ତୃପ୍ତିକୁ ସେ ସାରା ମାସ ଯାକ
ଲଭିବାକୁ ଚେଷ୍ଟା କରି ନଥାନ୍ତି ll
କୁଢ଼ କୁଢ଼ ପାପ ଅନ୍ୟାୟ ଅନୀତି
ସାରା ବର୍ଷ କରିଚାଲନ୍ତି
ପଞ୍ଚକ କରିଣ ଧର୍ମର ଡଙ୍ଗାରେ
ପାପ ସବୁ ଭସେଇ ଦିଅନ୍ତି ll
ମନରେ ଛଳନା ମନରେ କପଟ
ହରେ କୃଷ୍ଣ ନାମ ଧରନ୍ତି
ଧର୍ମ ନାମରେ ଡେଙ୍ଗୁରା ପିଟେଇ
କାର୍ତ୍ତିକ ମାସକୁ ପାଳନ୍ତି ll
ଆ କା ମା ବୈ କହି ଡ଼ଙ୍ଗା ଭସେଇ
ସବୁ ପାପ ଧୋଇଦିଅନ୍ତି
ନେକ୍ସଟ ମାସରୁ ନୂଆ ପାପ ପୁଣି
ଆଉ ଥରେ ରିନ୍ୟୁ କରନ୍ତି ll
ଖାଲି ହବିଷ କରିଲେ ପଞ୍ଚୁକ କି ହୁଏ
କାର୍ତ୍ତିକ କହନ୍ତି ରେ ମନ
କପଟ କ୍ରୋଧ କୁ କଳହ କାମନା
ଆଉ ତ୍ୟଜ କଟୁ ବଚନ ll
ଧନ୍ୟରେ କାର୍ତ୍ତିକ ଧନ୍ୟରେ ମହିମା
ଏମିତି ଘଣ୍ଟ ଘୋଡ଼ି ରଖିଥିବ
ମୁଁ କି ଅଧମ କି ବର୍ଣ୍ଣନା ତୁମର କରିବି
ଭୁଲ ଥିଲେ ଦୋଷ ନ ଧରିବ ll
