STORYMIRROR

Srinibas Mahalik

Others

2  

Srinibas Mahalik

Others

କୁହ ଟିକେ ୨

କୁହ ଟିକେ ୨

1 min
1.9K



ପିଆଜ କାଟିଲେ ଆଖିରୁ ଆମର

କାହିଁକି ବୁହଇ ଲୁହ

ଜାଣିଥାଅ ଯଦି ନିର୍ଭୁଲ ଭାବରେ

ଆମକୁ ଟିକିଏ କୁହ ।।

ସେଓକୁ କାଟିକି ରଖିଦେଲେ ତା'ର

ରଙ୍ଗ କାହିଁ ହୁଏ ବ୍ରାଉନ୍

ଏହାର ରହସ୍ୟ ସରଳ ଭାଷାରେ

ବୁଝେଇପାରିବ କଉନ୍ ।।

ଲେମ୍ବୁ କାଟିଦେଲେ ପାଟିକୁ କାହିଁକିଁ

ଲାଗଇ ଆମ୍ବିଳା ଖଟା

ଜଣେ ଜଣେ କୁହ ଉତ୍ତର ଏହାର

ନହୋଇକି ବାଡାପିଟା ।।

ଲଙ୍କାରେ ଏମିତି କ'ଣ ଅଛି ଯେ

ପାଟିକୁ ଲାଗଇ ରାଗ

ଗୁପୁଚୁପ୍ ପାର୍ଟି ମିଳିବ ତାହାକୁ

ଉତ୍ତର ଦେବ ଯେ ଆଗ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍