Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

କୁହ ନୀଳାଚଳ ପତି

କୁହ ନୀଳାଚଳ ପତି

1 min
13.5K


• କୁହ ନୀଳାଚଳ ପତି (Kuha Nilachala Pati)

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ----------- -------------------- ----------

• କୁହ କୁହ ଚକା ଆଖି

• ଜଗତ ମଙ୍ଗଳ ପୁରୁଷ ମୋ ଧନ

• ମୋ ଡାକ କି ନ ଶୁଭୁଛି

• ମୋର ଦୁଃଖ ଦେଖି କେମିତି ସହିଛ

• କଳାଚାନ୍ଦ କଳାନିଧି … କୁହ କୁହ ଚକା ଆଖି ।।

• କୋଟି କୋଟି କାମ ରୂପି ଭଗବାନ

• ଔଜ୍ଜ୍ଵଲ୍ୟ ମୟ ସେ ରୂପ

• ତବ କଞ୍ଜପଦେ ଆଶ୍ରୟ ଜୀବନ

• କିଆଁ ହୀନ ମଣୁଅଛ

• ଦୁଃଖ ପରେ ଦୁଃଖ ଦୁଃଖୀ ଭୋଗୁଅଛି

• କିଆଁ କର ନିରିମାଖି….. କୁହ କୁହ ଚକା ଆଖି ।।

• ଅଖିଳ ବ୍ରହ୍ମାଣ୍ଡନାଥ ଲକ୍ଷ୍ମୀ କାନ୍ତ

• ରମା ରମଣ ଶ୍ରୀହରି

• ଜଗତ କଲ୍ୟାଣ ପତିତପାବନ

• ବାନା ଉଡେ ଚକ୍ରଧାରି

• ଦୁଃଖ ର ଦରିଆ ଭସାଇ ନିଅଇ

• ସହା ହୁଅ ଦୟାନିଧି…. କୁହ କୁହ ଚକା ଆଖି ।।

• ମୁଁ ଜଣେ ଅନାଥ ଡାକେ ଆହେ ତାତ

• ତୁମେ ତ ବଡ ସାଆନ୍ତ

• ପ୍ରଫୁଲ୍ଲ ଆତୁରେ ଜଣାଣ କରୁଛି

• ଦୁଃଖୀ ର ଦୁଃଖ ଶୁଣତ

• ହନ୍ତ ସନ୍ତ କରି କି ଲାଭ ପାଇବ

• ଆହେ ନୀଳାଚଳ ପତି …. କୁହ କୁହ ଚକା ଆଖି… ।।




Rate this content
Log in