କୁହ ହେ ଠାକୁର
କୁହ ହେ ଠାକୁର
1 min
154
କି ଦେଇ ପୂଜିବି କୁହ
ଭାବ ହୀନ, ଭକ୍ତି ହୀନ ଶବ୍ଦ ହୀନ
ମୁଁ ଏକ _ନିଷ୍ପ୍ରଭ_ ସଳିତା l
କି ଦେଇ ଡାକିବି କୁହ
ମନ୍ତ୍ର ହୀନ, ଜପ ହୀନ, କ୍ରିୟା ହୀନ
ମୁଁ ଏକ ପାଗଳର ଆତ୍ମ ବିଳାପତା l
କି ଦେଇ ତୋଷିବି କୁହ
ଗନ୍ଧ ହୀନ, ରସ ହୀନ, ରୂପ ହୀନ
ମୁଁ ଏକ ମଉଳା ଫୁଲର ସୁନ୍ଦରତା l
