STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

କୁଆଁରୀ ମନର ଆଶା

କୁଆଁରୀ ମନର ଆଶା

1 min
403


ଦେଖି ହୁଏନି ତା' ତନ୍ଦ୍ରାଚ୍ଛନ୍ନ ଆଶା

ପଢିହୁଏ ନାହିଁ ମନ

ନବ ଯଉବନା କୁଆଁରୀ ଖୋଜେ କି

ଏକାନ୍ତ ପ୍ରିତି ଦହନ..!?


ଇନ୍ଦ୍ରମହଲର ରାଣୀ ସାଜିବାକୁ 

କଳ୍ପନାରେ ତୋଳେ ଘର

ରାଣୀହଂସପୁର ଶ୍ୱଶୁର ଘରେ ତା

ରାଜାପୁଅ ହେବ ବର..!


ଭାରି ଅଭିମାନୀ କୁଆଁରୀ ହୃଦୟ

ମନ ସାଥେ କରେ କଳି

ଗୋପନ ନିୟତା ଦେଇଛି ଫଗୁଣେ 

ଡାକିବାକୁ ଚଇତାଳି..!


ଉଦ୍ଦାମ ସପନ ଖେଳୁଛି ଲହରୀ 

କୂଳ ଛୁଇଁବାକୁ ଡରେ

ଡରକୁଳା ଆଖି ଝାଉଁବଣ ପାରି

ଉଡେ ଆକାଶ ଛାତିରେ..! 


ଫଗୁ କୁହୁଡ଼ିର ରଙ୍ଗ ଅବିର ସେ 

କହୁଥାଏ କେତେ ଭାଷା

ଅଭାବେ ପ୍ରେମିକ ପାରିବକି ବୁଝି

ଆଖିର ବହଳ ନିଶା..!?


କୁଆଁରୀ ହିଁ ଜାଣେ କେତେ ଅଭିମାନ 

କେତେ ପୁଣି ରାଗ ରୁଷା

ଦୁନିଆ କି ଦେଖେ ଅଦେଖା ଦରବ 

କୁଆଁରୀ ମନର ତୃଷା..!?


ଆଖିଏ ନିଦରେ ରାତିଏ ସପନ

କୁଆଁରୀ ମନର ଆଶା

ଭାବନା ଜ୍ଜଳନେ ଭାବୁକ ହୃଦୟେ

ଦେବ କେଉଁ ପରିଭାଷା..!?




Rate this content
Log in