Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

srikant behera

Others

5  

srikant behera

Others

କୁଆଁର ପୁନେଇଁ

କୁଆଁର ପୁନେଇଁ

1 min
573



କୁଆଁର ପୁନେଇଁ ଜହ୍ନ ଗୋ 

    ଫୁଲ ବଉଳ ବେଣୀ

କରନା ନେଲଣି ବହୁତ ଜୀବନ 

କରନା ନେଲଣି ବହୁତ ଜୀବନ 

    ମାଳିକା ବଚନ ବାଣୀ ଗୋ 

     ଫୁଲ ବଉଳ ବେଣୀ||1


କୁଆଁର ପୁନେଇଁ ଜହ୍ନ ଗୋ 

    ଫୁଲ ବଉଳ ବେଣୀ

ଆଉ ଶୁଭୁନାହିଁ କୁଆଁରୀର ଗୀତ 

ଆଉ ଶୁଭୁନାହିଁ କୁଆଁରୀର ଗୀତ 

     ମୋବାଇଲ ଯୁଗ ପାଇଁ ଗୋ 

       ଫୁଲ ବଉଳ ବେଣୀ ||2


କୁଆଁର ପୁନେଇଁ ଜହ୍ନ ଗୋ 

    ଫୁଲ ବଉଳ ବେଣୀ

ପୁଚି ଖେଳ ଆଉ ଦୁବୁକିର ତାନ 

ପୁଚି ଖେଳ ଆଉ ଦୁବୁକିର ତାନ 

     ହଜିତ ଗଲାଣି ଏଠି ଗୋ 

      ଫୁଲ ବଉଳ ବେଣୀ ||3


କୁଆଁର ପୁନେଇଁ ଜହ୍ନ ଗୋ 

    ଫୁଲ ବଉଳ ବେଣୀ

ଶାଢ଼ୀ ପିନ୍ଧୁନାଇଁ ପିନ୍ଧୁଚି ପୋଷାକ 

ଶାଢ଼ୀ ପିନ୍ଧୁନାଇଁ ପିନ୍ଧୁଚି ପୋଷାକ 

      ମର୍ଡନ ଯୁଗର ଝିଅ ଗୋ 

       ଫୁଲ ବଉଳ ବେଣୀ ||4


କୁଆଁର ପୁନେଇଁ ଜହ୍ନ ଗୋ 

    ଫୁଲ ବଉଳ ବେଣୀ

ତାଳ ଗଜା ଖଇ ଉଖୁଡା ମିଶାଇ 

ତାଳ ଗଜା ଖଇ ଉଖୁଡା ମିଶାଇ 

       କରନ୍ତି କୁମାରୀ ଭୋଗ ଗୋ 

        ଫୁଲ ବଉଳ ବେଣୀ ||5


କୁଆଁର ପୁନେଇଁ ଜହ୍ନ ଗୋ 

    ଫୁଲ ବଉଳ ବେଣୀ

ଏତିକିରେ କଲି ଶେଷ ମୋ କବିତା

ଏତିକିରେ କଲି ଶେଷ ମୋ କବିତା

      ଦେଖାତ ଆର ବରଷ ଗୋ 

       ଫୁଲ ବଉଳ ବେଣୀ ||6


କୁଆଁର ପୁନେଇଁ ଜହ୍ନ ଗୋ 

    ଫୁଲ ବଉଳ ବେଣୀ


ସବୁ କୁଆଁରୀ ମାନଙ୍କୁ ମୋ ତରଫରୁ 

  ହାର୍ଦ୍ଧିକ ଶୁଭେଚ୍ଛା 🙏🏻🙏🏻🙏🏻


Rate this content
Log in