STORYMIRROR

jagabandhu sahu

Others

3  

jagabandhu sahu

Others

କୁଆଁର ପୁନେଇଁ ଜହ୍ନ

କୁଆଁର ପୁନେଇଁ ଜହ୍ନ

1 min
295

କୁଆଁରୀ ମନରେ  ଅସୁମାରୀ ଆଶା

     କୁଆଁର ପୁନେଇଁ ଜହ୍ନ

ସାଙ୍ଗ ସାଥି ମେଳେ ପୁଚି ଖେଳ ପୁଣି

    ନୂଆଁ ସାଥି ପାଇଁ ମନ ।


ପାଦରେ ଅଳତା  ଆଖିରେ କଜଳ

    ହାତରେ ମେହେନ୍ଦୀ ନାଇ

ସାଙ୍ଗ ସାଥି ହୋଇ ଆସନ୍ତି କୁଆଁରୀ 

    ଚଉଁରା ମୂଳକୁ ଧାଇଁ ।


ଚଉଁରା ମୂଳରେ ଜହ୍ନି ଓଷା ପୂଜା

    କୁଆଁରୀ ହୁଅନ୍ତି ମେଳ

ପୂଜା ବିଧି ସାଥେ ସାଙ୍ଗ ସାଥି ମେଳେ

   ଖେଳୁଥାନ୍ତି କେତେ ଖେଳ ।


ସଜେଇ ଥାଆନ୍ତି    ଚଉଁରା ମୂଳକୁ

    ଚାନ୍ଦ ବନ୍ଦେଇବା ପାଇଁ

ଛେନା ଲଡୁ ସାଥେ  କଦଳୀ ନଡିଆ

    ନାନା ଫୁଲ ଫଳ ଥୋଇ ।


ଶରତ ଆକାଶେ   କାଚକେନ୍ଦୂ ପରି

     ଦିଶଇ ପୁନେଇଁ ଜହ୍ନ

ବଉଦ ଉହାଡେ  ଦେଖି ରୂପା ଜହ୍ନ

    କୁଆଁରୀ ମନ ଉଛନ୍ନ ।


ବନ୍ଦାଉଥାନ୍ତି ଯେ ଆନନ୍ଦେ ଚାନ୍ଦକୁ

    ପକାଇଣ ହୁଳହୁଳି

ମାଗୁଥାନ୍ତି ମନଲାଖି ସାଥିଟିଏ

   ଦେଇ ଭକ୍ତି ଶ୍ରଦ୍ଧାଞ୍ଜଳୀ ।


ଶରତ ଆକାଶେ ଚାନ୍ଦ ଆସେ ନଇଁ

     ଶିଶିର ପଡଇ ଝରି

ମନେ ପଡିଗଲେ ପଛଦିନ କଥା

    ଲାଗେ ସବୁ ସ୍ମୃତି ପରି।


କୁଆଁରୀଙ୍କ ଆଶା   ପୂର୍ଣ୍ଣ କରି ଦିଅ

    ଜୟ ମାଗୋ ମହାମାୟୀ

କୁମାର ପୂର୍ଣ୍ଣିମା ଶୁଭେଚ୍ଛା ମୋ ଘେନ

    ଆହେ ମୋ ଭଉଣୀ ଭାଇ ।


Rate this content
Log in