STORYMIRROR

Shibanand Banchhor

Others

2  

Shibanand Banchhor

Others

କୁଆଁର ପୁନେଇ

କୁଆଁର ପୁନେଇ

1 min
13.8K



କୁମାର ପୁନେଇ ଆସିଅଛି ଆଜି

କୁଆଁରା ଜହ୍ନକୁ ନେଇ

କୁଆଁରୀ ମନରେ କୁଆଁରୀ ଝିଅଟା

ସ୍ବପ୍ନ ଦେଖିବାରେ ବାଇ ।।

କୁଆଁରୀ ବୟସେ ମନ ଛନ ଛନ

ଖୋଜିବାକୁ ତାର ସଖା

ପୂଜିବ ସେ ଆଜି ସୁନ୍ଦର ଜହ୍ନକୁ

ପାଇବାକୁ ପ୍ରୀତି ସଖା ।।

ପ୍ରେମ ଅନଳରେ ଦଗ୍ଧ ସେ ଆଜି

ଆକାଶର ଜହ୍ନ ପାଇଁ

ହୃଦୟରେ କେତେ ଆଶାର ସମ୍ଭାର

ହେବାପାଇଁ ଗୋଟେ କଇଁ ।।

ଅର୍ଘ୍ୟ ଥାଳି ନେଇ ଆସିଛି ଅଗଣା

ଜହ୍ନକୁ ପୂଜିବା ପାଇଁ

କୁମାର ପୁନେଇ ଜହ୍ନ ପରି ସାଥି

ପାଇବାର ଆଶା ନେଇ ।।


**ଶିବାନନ୍ଦ**

**Shiva**


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍