STORYMIRROR

Gupteshwar Nanda

Others

3  

Gupteshwar Nanda

Others

କୁଆ

କୁଆ

1 min
14.7K


ମୁଇଁ ଗଗାଲେ ଲାଗ୍ ସି ତମ୍ କୁ

କେତ୍ ନି କେତେ କେର୍ କେଚା

ସକାଲ୍ ଧର୍ମୁ ଇ ରାବ୍ ଶୁନି

ଉଠି ମୁଡ୍ ସ ତମେ ମେଛା।

ମୋର୍ ରାବ୍ ଟା ବାଜ୍ ଲେ କାନେ

ଝଟ୍ ଉଠ୍ ବ ବଲି କରି

ତୁଁଡ୍ କେ ମୋର୍ କଲେ ଖେର୍ସା

କାଲିଆ ବଁଏସି ଧାରୀ ।

ଇ ଡାକ୍ ଟା ତୋର୍ କାନ୍ କେ

ସୁରୁତ୍ ଲାଗ୍ ଲେ ବାବୁ

ମଠ୍ ହେଲା କହି ଝଟ୍ କରି ତୁଇ

କାଏଁଯେ ଆର୍ ଉଠ୍ ବୁ।

ତୋର୍ ଘର୍ କେ କୁନୁଆଁ ଲୋକ୍

ଆଏବାର୍ ଜାନ୍ ଲେ ମୁଇଁ

କାକା କରି ଡାକ୍ ଲେ ଦୁଆରେ

ଖବେର୍ ପାଏସୁ ତୁଇ ।

ଦେଖ୍ ଲେ ମତେ ଲାବଡ୍ ଉଁଚାସୁ

କେନ୍ତା କହରେ ମୁନୁଷ୍

ପର୍ଛା କର୍ ସିଁ ଇ ସଁସାର୍ କେ

ଖାଏସିଁ ମଏଲା ଜିନିଷ୍।

ହେଥିର୍ ଲାଗି ଏ ମୁନୁଷ୍ ତୁଇ

ଘୁର୍ନା ନି କର୍ କାହାକେ

ମହତ୍ କାମ୍ ଲାଗି ସବ୍ ଜଁତୁ

ଆସିଛନ୍ ଇ ସଁସାର୍ କେ ।

-ଗୁପ୍ତେଶ୍ଵର ନନ୍ଦ

ଶଙ୍କରା,ବିନିକା,ସୁବର୍ଣପୁର

9337988558


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍