STORYMIRROR

BISWESWAR MAJHI

Others

4  

BISWESWAR MAJHI

Others

କଟକ ବାଲିଯାତ୍ରା

କଟକ ବାଲିଯାତ୍ରା

1 min
453

ଚିତ୍ତ ସୁଲଳିତ 'ନଯାରେ ନଯା ଗୋରୀ ବାଲି ଯାତରା ଦେଖି

ଗୋରା ଦେହେ ତୋର ନଜର କାହାର ଲାଗିଯିବ କାଳେ ଲାଖି ।'

ଅନନ୍ୟ ଉତ୍ସବ ସେ ବାଲିଯାତରା ବିପଣୀ ପସରା ତା'ର

ଝାଡୁ ଶିଳଚକି ଖଟମାଠ ଠାରୁ ୱାଟର ପ୍ୟୁରିଫାୟର ।

ବରା ଦହିବରା ଚାଟ୍ ଗୁପଚୁପ୍ ପ୍ରସିଦ୍ଧ ସେ ଠୁଙ୍କାପୁରି

କୁଲଫି ମଲେଇ ଆଇସକ୍ରିମ ଗୋଲା ଯହିଁ ଡାକେ ହାତଧରି ।

ପିଲାଙ୍କଠୁ ବୁଢା ଚକ୍ରିରେ ଘୁରିବେ ପବନ ନଉକା ଝୁଲା

ଗୀତ ସଙ୍ଗୀତର ମଧୁର ମିଳନ ସାର୍ଥକ କରିବ ବୁଲା ।

ପ୍ରଚାର ବିପଣୀ ବିଜ୍ଞାପନ ମେଢ ଆଖି କରେ ଝଲମଲ

ବିଜୁଳି ବତୀର ସାଜସଜ୍ଜା ଦେଖି ମନ ହୋଇବ ପ୍ରଫୁଲ୍ଲ ।

ଚର୍ମ ଆକର୍ଷଣ ଗ୍ରାହକଂକ ଭିଡ ଦେହରେ ଦେହ ବାଜିବ

ଘରଣୀ ମାନଂକ ଆସବାବ କିଣା ଦାବିଟି ପୁରଣ ହେବ ।

ବାଲିଯାତରାର ମଜା ନେବା ପାଇଁ ନୌକା ବିହାର ବ୍ୟବସ୍ଥା

ସରକାରଙ୍କର ଦୃଷ୍ଟିରେ ପଡିଛି ବଢୁଛି ଲୋକଙ୍କ ଆସ୍ଥା। 

ଓଡିଶାର ରାଜ୍ୟ ସ୍ତରୀୟ ଉତ୍ସବ ମାନ୍ୟତା ପାଇଛି ପରା

ଜାତୀୟ ସ୍ତରର ମାନ୍ୟତା ଦାବି ରଖେ ସେ ବାଲିଯାତରା। 

ଐତିହ୍ୟ ତାହାର ନୌ ବାଣିଜ୍ୟରୁ ବାଲି ଦ୍ୱୀପକୁ ଯାତରା

ସିମୁଲେଟରରେ ଦେଖାଉଛି ତାହା ଜାଭା ବୋର୍ଣିଓ ସୁମାତ୍ରା। 

ସାଂସ୍କୃତିକ ପ୍ରାଣ କେନ୍ଦ୍ର ଓଡିଶାର ବ୍ୟବସାୟ ପ୍ରାଣ କେନ୍ଦ୍ର 

କର୍ପୁର ଗଲାଣି ପଡିଛି କପଡା ମହକୁଛି ସହରେନ୍ଦ୍ର ।

ଅଛି ମହାନଦୀ ଅଛି ବାରବାଟୀ ଅଛିବି ବାଲି ଯାତରା

ବାଇମୁଣ୍ଡି ମୁଣ୍ଡେ କଟକର ଚିନ୍ତା କରାଇ ପଥର ଘେରା ।

ମର୍କତ କେଶରୀ ଅମର ହୋଇଲେ କଟକ ହେଲା ସୁରକ୍ଷା

ଏଣୁ ପଢ ଯାହା ତେଣୁ ପଢ ତାହା ଏତ କଟକର ବ୍ୟାଖ୍ୟା। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍