STORYMIRROR

pratap nayak

Others

2  

pratap nayak

Others

କଟାଖ୍ୟ

କଟାଖ୍ୟ

1 min
1.4K



କାହିଁକି କେଯାଣି

ଆଜି ଟିକେ

ମନଖୋଲି ହସିବାକୁ ଇଚ୍ଛା ହୁଏ

ନିଜକୁ ଜୋତା ପିନ୍ଧାଇ

କଂଟାକୁ ପର ପାଇଁ ଠେଲିଦେବା ଲଖ୍ୟରେ

କେବେ ଦେଖିଛକି ଯିଏ ପାଦ ଦେଇଛି

ଯିଏ ଚାଲି ଦେଇଛି

କଂଟାର ଖ୍ୟତରୁ ରଖ୍ୟା ପାଇଁ କାଖ ଦେଇଛି

କୋଳ ଦେଇଛି

ବାବୁରେ

ତା ପାଦଥରେ ଦେଖଛକି ?

ତା ପାଦଥରେ ଦେଖ

କେତେ କଂଟା ଚିହ୍ନ

କେତେ ଫଟା ଚିହ୍ନ

କେତେ ମାଛି ଆଖିଆର ଚିହ୍ନ

ଅନେଇଛନ୍ତି ଜଳଜଳ ଆଜିଯାଏ

କଂଟା ଦଂଶନର ଚିତ୍କାର

ପଦାକୁ ଆସେନା ପାଟିବାଟେ

ଜମାଟ ବାନ୍ଧି ରହିଯାଏ ଯନ୍ତ୍ରଣା

ଛାତିର ସେହି କାଳକୋଠରୀରେ

କାଳେ ଶୁଭିଯିବ ତତେ

ତୁ ପରା ତା କାଖରେ

ଆଜି ବି ତା କାଖରେ

ଏଣୁ ମାରିଦେଇଥିବା ମନ

ଭଲପାଇବାରୁ ବଂଚିତ ଅନ୍ଧ ବିବେକ

ଢାଳିଦେଇ

ହସିବାକୁ ଇଚ୍ଛାହୁଏ

ବାରବାର ହସିବାକୁ ଇଚ୍ଛାହୁଏ

7008054282


Rate this content
Log in