କଥାଟିଏ ମନେ ରଖିବ
କଥାଟିଏ ମନେ ରଖିବ
ଜ୍ଞାନୀ ହୋଇଲେ କିଛି ଲାଭ ନାହିଁ
ଯଦି ମନରେ ଗର୍ବ ରଖିବ
ମାନି ହୋଇଲେ କିଛି ଲାଭ ନାହିଁ
ଯଦି ଅହଂକାର କୁ ନ ଛାଡିବ ।
ଧନୀ ହୋଇଲେ କିଛି ଲାଭ ନାହିଁ
ଯଦି ଭିକାରୀ ଭଳି ଚଳିବ
ଦାନୀ ହୋଇଲେ କିଛି ଲାଭ ନାହିଁ
ଯଦି ଆତ୍ମବଡ଼ିମା ନ ଛାଡିବ ।
ମନ୍ଦିର ଗଲେ କିଛି ଲାଭ ନାହିଁ
ଯଦି ବାପା ମାଆଙ୍କୁ ଘୃଣା କରିବ
ଧର୍ମ କରିଲେ କିଛି ଲାଭ ନାହିଁ
ଯଦି ଅଧର୍ମ ପଥରେ ଚାଲିବ ।
ସମ୍ପତି ଥିଲେ କିଛି ଲାଭ ନାହିଁ
ଯଦି ଦୁଃଖୀକୁ ଦୟା ନ କରିବ
ନେତା ହେଇଗଲେ କିଛି ଲାଭନାହିଁ
ଯଦି ଜନ ସେବା ନ କରିବ ।
ମଣିଷ ହୋଇଲେ କିଛି ଲାଭ ନାହିଁ
ଯଦି ମାନବିକତା ନ ଜାଣିବ
ଯେତେ ଧନୀ ହୁଅ ଯେତେ ମାନି ହୁଅ
ଶେଷରେ ନିଶ୍ଚେ ମରିବ ।
ଖରାପ କାମରେ ଲିପ୍ତ ରହିଥିଲେ
ଦୁନିଆଁ ତୁମକୁ ନିନ୍ଦିବ
ଭଲ କାମଟିଏ ଯଦି କରିଥିବ
ଦୁନିଆଁ ତୁମକୁ ଝୁରିବ ।
ଏଣୁ ତେଣୁ ପଦେ ଲେଖିଦେଲି ମୁହିଁ
ମରମ କଥାକୁ ବୁଝିବ
ନ ବୁଝି ପାରିଲେ ବୁଝେଇବ କିଏ
ଅବୁଝା ହୋଇ ରହିବ ।
ମୁହିଁ ନିରଞ୍ଜନ କରେ ନିବେଦନ
ବୁଝିବାକୁ ଚେଷ୍ଟା କରିବ
ବୁଝିବା ଲୋକହିଁ ଦୁନିଆଁ ରେ ବଡ଼
ଏ କଥା କୁ ମନେ ରଖିବ ।
