STORYMIRROR

Apalata Aruk

Others

3  

Apalata Aruk

Others

କଥାତ ଏତିକି

କଥାତ ଏତିକି

1 min
172

ତମକୁ ମୁଁ

ଏତେ ବେଶି ଭଲପାଏ ସାଥୀ

ଜାଣିଛ କାହିଁକି ,

ଧନ ନୁହେଁ

ମାଗ ତମେ ଚନ୍ଦନ କାଠଟେ

ଠାକୁର ପାଇଁକି ।


ମୁଁ କହେ

 କେମିତିକା ତମ ଦୃଷ୍ଟିଭଙ୍ଗୀ

ନାରୀଙ୍କ ପାଇଁକି,

ତମେ କୁୁୁହ

ନାରୀଙ୍କୁ ମୁଁ ନିରାଜନା କରେ

ମର୍ଯ୍ୟାଦା ଦେଇକି।


ମୁଁ କହେ

ତମେ କେବେ ଛୁୁୁଇଁଛକି ନିିିଶା

କୁସଙ୍ଗେ ପଡିିିକି,

ତମେ କୁୁୁହ

ପ୍ରୀତିଲଗ୍ନା ସାଥୀ ତମେ ମୋର

ଅଳପ ନିିିଶାକି ।


ମୁଁ କହେ

ତମେ ମୋତେ ଭଲପାଅ ଏତେ

ସତରେ କାହିଁକି,

ତମେ କୁୁହ

ତମେ ମୋତେ ଭଲ ଲାଗ ଏତେ

କଥାତ ଏତିକି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍