STORYMIRROR

Niranjan Sahu

Others

3  

Niranjan Sahu

Others

କଥାଅପଦେ କହିଦେ

କଥାଅପଦେ କହିଦେ

1 min
216

ଦେରେ କାଳିଆ ଦେ     

ତୋ ପାଦେ ଶରଣ ଦେ

ଯେଉଁ ପଣ୍ଡା ତୋର ନୀତି ବନ୍ଦ କଲା

ତାର କାନ ଗିରି ଫଟେଇ ଦେ


ଦେରେ କାଳିଆ ଦେ

ତୋ ଅବଢ଼ା ଟିକିଏ ଦେ

ଯେଉଁ ପଣ୍ଡା ବ୍ରହ୍ମ ବିଭ୍ରାଟ କରିଲା

ତାକୁ ବିକଳାଙ୍ଗ କରିଦେ


ଦେରେ କାଳିଆ ଦେ

ତୋର ତୁଳସୀ ଟିକିଏ ଦେ

ଯେଉଁ ପଣ୍ଡା ତୋର ଭକ୍ତକୁ ପିଟିଲା

ତାକୁ ପାରାଲିସିସ କରିଦେ


ଦେରେ କାଳିଆ ଦେ

ଟଙ୍କ ତୋରାଣି ଟୋପାଏ ଦେ

ଯେଉଁ ପଣ୍ଡା ତୋର ଅପମାନ କଲା

ତାକୁ ବଡ଼ଦାଣ୍ଡେ ବସେଇ ଦେ


ନେରେ କାଳିଆ ନେ

ଆମ ଭୂମିଷ୍ଟ ପ୍ରଣାମ ନେ

ସାରା ଜଗତକୁ ଭଲରେ ରଖିବୁ

କଥା ପଦେ କହିଦେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍