କଥା
କଥା
1 min
145
କହି ଦେଇଥିବା କଥା କଣ
ଲେଉଟି ଆସେ ?
କହିବାକୁ କୋଇଲିର କୁହୁକୁହୁ ସ୍ୱର
ସାଧବ ବୋହୂର ଲାଲ ଲାଲ ଲାଜ
ଓ ବିଦାୟୀ ବସନ୍ତର ବିବର୍ଣ୍ଣ ବେଦନା ?
ଏବେ ଆମେ କା କଥା ଲାଗିବା ?
ନବ ନିର୍ମାଣର ଏକ ସଜ ସକାଳର
ନା ଭବ୍ୟ ଆରାଧନାମୟ ଈଶ୍ଵର ସନ୍ଧାନର ?
ଆସ ଆମେ କଥା ହେବା-
ବୈଷମ୍ୟ ରହିତ ସମାଜ ବ୍ୟବସ୍ଥାର
ପାରଦର୍ଶୀ, ଉତ୍ତରଦାୟୀ ପ୍ରଶାସନର
ଆର୍ଥିକ ଅଭିବୃଦ୍ଧି ଯୁକ୍ତ ଫଳପ୍ରସୂ ଭନ୍ନୟନର
ଏକ ନୈତିକ ମୂଲ୍ୟ ଭିତିକ ସାଂସ୍କୃତିକ ଆନ୍ଦୋଳନର
ଆମେ କଥା ହେବା: କୁକୁ କୁକୁ ଗିରି ଝରଣାର
ପ୍ରେମ ଓ ସଂପ୍ରୀତିର ଅସରନ୍ତି ଫଗୁର
ସୁରମ୍ୟ ସମ୍ପର୍କ ଭରା ଏକ ସୃଜନଶୀଳ ସୂର୍ଯ୍ୟୋଦୟର ।
