କଥା ଏଣୁତେଣୁ
କଥା ଏଣୁତେଣୁ
1 min
111
ସଂଜ ଯାଇ ରାତି ଆସେ
ରାତି ପରେ ଦିନ ଧସେଇ ପଶେ
ଦିନ ଯାଏ ଚିହ୍ନ ରୁହେ
ମନ ପରା ସାଦା କାଗଜ
ଅଙ୍କା ବଙ୍କା ସରଳରେଖା
ଜୀବନର ଯାବତୀୟ
ଜ୍ୟାମିତି ଉପପଦ୍ୟ
ଛୋଟ ବଡ଼ ହିସାବ କିତାବ
କିଛି ରଙ୍ଗ ଖୁସି ର
କିଛି ରଙ୍ଗ ହତାଶା ର
ସବୁ ଶୋଷିନିଏ
ଜୀବନ କାନଭାସ l
ପିଲାବେଳେ ହସ୍ତାକ୍ଷର ଲେଖୁ ଲେଖୁ
ଭୁଲ ହେଲେ ରାମ୍ପି ବିଦାରି
କାଟିକୁଟି ଲିଭେଇ
କରୁଥିଲି ପରିସ୍କାର,
ହେଲେ ଏବେ
ସବୁ ଗଣିତ ଭୁଲ
ସବୁ ରଙ୍ଗ ବେରଂଗ
ଯେତେ ଲିଭା ସେ କଣ ଲିଭେ
ଯଥା ପୂର୍ବଙ୍ଗ ତଥା ପରଂଙ୍ଗ l
ଆଜି ରଙ୍ଗ ପେଡି ବି ଫାଙ୍କା
ଖାଲି ଯାହା ପଡିଛି ସ୍ବପ୍ନର କେତେଟା ଭଙ୍ଗା ତୁଳୀ
ଜୀବନ ଏବେ ରଙ୍ଗହୀନ
ଶବ୍ଦ ହୀନ
ଆକାର ବିହୀନ
ଏକ ଜିଅନ୍ତା ଶବ l
