କଥା ଦିଅ ଜଗନ୍ନାଥ
କଥା ଦିଅ ଜଗନ୍ନାଥ
• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ପ୍ରଭୁ ଜଗନ୍ନାଥ ମୋର ହେବ କି ସାଙ୍ଗ
• ହେ ପ୍ରଭୁ ଜଗନ୍ନାଥ ମୋର…।।
•
• ପାଦ ନାହିଁ ତୁମ ବୁଲାଇ ଦେବି ହେ ସାରା ଜଗତ
• ହାତ ନାହିଁ ତୁମ ଖୁଆଇ ଦେବି ହେ ଅବଢ଼ା ଭାତ
• ସଜାଇ ଦେବି ହେ ନାନା ରଙ୍ଗର ଫୁଲେ
• ଦଦରା ନାଆ ରେ ସଂସାର ଜଳରେ ଭାସିଗଲା ବେଳେ
• କଥାଦିଅ ତୁମେ ଧରିବ ମଙ୍ଗ
• ପ୍ରଭୁ ଜଗନ୍ନାଥ ମୋର…..।।
•
• ପିତ ପାଟଶାଢ଼ୀ କୁଞ୍ଚ କାନୀ କରି ଦେବି ପିନ୍ଧାଇ
• ଚନ୍ଦନ ଚୁଆରେ ଗଙ୍ଗା ଜଳ ନେଇ ଦେବି ଗାଧୋଇ
• ମୋ ହୃଦୟ ସିଂହା -ସନେ ବସାଇବି
• ସଂସାର ନିଆଁ ରେ ତାର ହୁତାଶନେ ଜଳିବା ବେଳରେ
• କଥା ଦିଅ ଟାଳି ଦେବ ଆତଙ୍କ
• ପ୍ରଭୁ ଜଗନ୍ନାଥ ମୋର…।।
•
• ଛାତିରେ ଲେଖିଛି ଦେଖ ଆଜି ଠାରୁ ତୁମରି ନାଆଁ
• ତୁମେ ମୋ ସଂସାର ତୁମେ ମୋ ଆଖିର ଦେଶ ଦୁନିଆଁ
ବଡ଼ ଠାକୁର ହେ ମୁଁ ତୁମ କିଙ୍କର
• ଜନମେ ଜନମେ ପ୍ରଫୁଲ୍ଲ ଜୀବନେ ବିରାଜିତ ହୋଇ
• କଥା ଦିଅ ଦେବ ନୂତନ ରଙ୍ଗ
• ପ୍ରଭୁ ଜଗନ୍ନାଥ ମୋର…।।
