Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

3  

ପ୍ରଶାନ୍ତ କୁମାର ବେହେରା

Others

କଥା ଦେଇଥିଲ .....-------------

କଥା ଦେଇଥିଲ .....-------------

1 min
185



ଆଗୋ ମୋ ରାଣୀ

କଥା ଦେଇଥିଲ ଯେଉଁଠି

ଗୋଲାପ ଫୁଲର ଉତ୍ସବ ଥିବ

ସେଇଠି ଚୁମ୍ୱନ ଦେବ ବୋଲି l


କହିଥିଲ -----

ଯେବେ ସଂଧ୍ୟା ଢଳି ଢଳି ଯାଉଥିବ

ସେତେବେଳେ ତୁମେ ତୁମ ଗଣ୍ତଦେଶ

ମୋ ଅଧରେ ସମର୍ପି ଦେବ l


ଆଗୋ ମୋ ରାଣୀ

କେଉଁଠି ରହିଛ 

କେଉଁ ଉହାଡ଼ରେ

ସଂଧ୍ୟା କେବେଠୁ ଗଲାଣି ଢଳି l


X X X X X X X X X X X X X X


ବୀଣା ଜିଣା ସ୍ୱରେ 

କହିଲ କି ତମେ

ଗୋଲାପ ଉଦ୍ୟାନେ

ତମ ପାଇଁ ମୋର ଏ ପ୍ରତୀକ୍ଷା 

ମୋ ପ୍ରେମର ଇସ୍ତାହାର

କହିଲ କି ତମେ

ବ୍ୟର୍ଥ ହେବ ନାହିଁ

ସାଧନା ମୋର - ଅପେକ୍ଷା କର l 


କହିଲ କି ତମେ

ଅନାଗତ ଏକ ସ୍ତୀମିତ ବେଳାରେ

ତମ ତନୁଫୁଲେ ମୋ ବାସନା ପଲଙ୍କ

ସଜାଇ ଦେବ

ସେତେବେଳେ ତମ ଉଷ୍ମ ଚୁମ୍ୱନେ

ମୋ ଜ୍ଜ୍ୱଳନ ଲିଭାଇ ଦେବ l



Rate this content
Log in