STORYMIRROR

Mahesweta Panigrahi

Others

3  

Mahesweta Panigrahi

Others

କ୍ଷୁଦ୍ର କଳେବର

କ୍ଷୁଦ୍ର କଳେବର

1 min
191


ରେ ଗୁଣ୍ଡୁଚି

ଏ ଡାଳୁ ସେ ଡାଳୁ

ଡେଉଁଛୁ ସକାଳୁ

ମୋହ ମାୟା ତୋଠି ନାହିଁ,

ଗଛେ ଦୋଳି ଝୁଲୁ

ଫଳ ଖାଇ ବୁଲୁ

ସଂସାର ଟା ଧନ୍ୟ କହି,

କ୍ଷୁଦ୍ର କଳେବର ନେଇ।


ରାମ ସେତୁ ସେହି

ନିରନ୍ତରେ ତୁହି

ବାନର ସେନା ରେ ରହି,

ଦେହ ବାଲି ନେଇ

ସେତୁ ବନ୍ଧ ପାଇଁ

ଝାଡି ଦେଉଥିଲୁ ତୁହି,

କ୍ଷୁଦ୍ର କଳେବର ନେଇ।


ତୋର ଅବଦାନ

ସେଥିରେ ନିଶ୍ଚିହ୍ନ

କିଏ ସେ ପାରିବ କହି,

ସ୍ଵୟଂ ଭଗବାନ

ଆଦରେ ଅଙ୍ଗୁଳି

ଚିହ୍ନ ଦେଲେ ଦେହେ ଥୋଇ,

କ୍ଷୁଦ୍ର କଳେବର ନେଇ।


ଯଶ ମହୀ ତଳେ

ସଦା କାଳେ କାଳେ

ରଖିଗଲୁ ଏକା ତୁହି,

ଛୋଟ ମନ ତଳେ

ରହି ଗଲୁ ଭଲେ

ତୋ ପରି ଆଉ କେ ନାହିଁ

କ୍ଷୁଦ୍ର କଳେବର ନେଇ।


ନାହିଁ କିଛି ଛୋଟ

ଏ ଦୁନିଆ ବିରାଟ

ତଥାପି ରଖୁଛି କହି,

ମନେ ଥିଲେ ହଟ

ନିଶ୍ଚେ ହେବ ଭେଟ

ଲକ୍ଷ ଥାଏ ଯହିଁ ରହି

କ୍ଷୁଦ୍ର କଳେବର ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍