କ୍ଷୁଧାର ଅନଳ
କ୍ଷୁଧାର ଅନଳ
1 min
292
ସମୟ ଚକ୍ର ପରି ପ୍ରଖର
ସମୁଦ୍ର ଶରୀର ଠାରୁ ଗଭୀର
ନୀତି ରୀତି ଏ ସୃଷ୍ଟିର
ଦୁଃଖ ଜର୍ଜରିତି କଷ୍ଟ ସଭିଙ୍କ
ହେବ କି ଅତୀତ ସ୍ବପ୍ନ ପଲଙ୍କ
ଦୁଃଖୀ ରଙ୍କୀ ମାନବଙ୍କ
ରାଜା ରାସ୍ତା କଡେ
ଆନନ୍ଦେ ତ ଶୁଏ
କୋଳାହଳ କରେନି
ତା ନିଦ୍ରା ଭଙ୍ଗ
କ୍ଷୁଧାର ଅନଳେ
ଆଗ୍ରହରେ ଖାଏ
ହୋଇ ବୁଲା କୁକୁରଙ୍କ
ପ୍ରିୟ ସଙ୍ଗ
ରବିଙ୍କ ପ୍ରଖର ତାତି
ଶ୍ରାବଣର ବର୍ଷା ରାତି
ସବୁ ଏକ ନିକିତି
ଦୁଃଖୀ ମାନବ ପ୍ରତି l
