STORYMIRROR

Sambit Srikumar

Others

3  

Sambit Srikumar

Others

କ୍ଷୁଧା

କ୍ଷୁଧା

1 min
264


କ୍ଷୁଧା ଏକ ଲେଲିହାନ ଅଗ୍ନିଶିଖା

ଥରେ ହେଲେ ପ୍ରଜ୍ଜ୍ଵଳିତ

ଜାଳି ପୋଡ଼ି ନାରଖାର କରିଦିଏ

ଶାନ୍ତି ମୈତ୍ରୀ ପ୍ରୀତିର ସାମ୍ରାଜ୍ୟ!!


କ୍ଷୁଧା ଏକ ଦୁର୍ବାର ଲାଳସା

ଥରେ ହେଲେ ଜାଗ୍ରତ

ନିଜ ସ୍ୱାର୍ଥ ପାଇଁ ଭୁଲିଯାଏ

ରକ୍ତର ଅତୁଟ ସମ୍ପର୍କ!!


କ୍ଷୁଧା ଏକ ଭୟଙ୍କର ଦୈତ୍ୟ

ଥରେ ହେଲେ ଉନ୍ମତ୍ତ

ନିମିଷକେ ଗ୍ରାସିଦିଏ

ଜଗତର ସବୁତକ ସୁଖ!!


କ୍ଷୁଧା ଏକ ଅଦମ୍ୟ ଅଭୀପ୍ସା

ଥରେ ହେଲେ ଉଦଗତ

ମେଣ୍ଟେ ନାହିଁ ଥିବା ଯାଏଁ

ଜୀବନର ଶେଷତମ ଶ୍ୱାସ!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍