STORYMIRROR

Ajit Kumar Raut

Others

3  

Ajit Kumar Raut

Others

କ୍ଷୀରର ମୂଲ୍ୟ

କ୍ଷୀରର ମୂଲ୍ୟ

1 min
229


ଅଜ୍ଞାନ ବୁଝେନି ମାଆ କ୍ଷୀର ମୂଲ୍ୟ

ମହା ଅଜ୍ଞାନୀ ହିଁ ଜାଣ,

ଗର୍ଭର ଯନ୍ତ୍ରଣା ବୁଝେନିଟି କେଭେଁ

ମହା ପାପୀ ସେହୁ ଜାଣ।୧।


ସ୍ତ୍ରୀ ସନ୍ତାନ ଘେନି ଅଲଗା ରୁହଇ

ବଡ଼ ନିଷ୍ଠୁର ହିଁ ଜାଣ,

ମୂଲ୍ୟ ନାହିଁ ତାର ଶିକ୍ଷିତ ହେଲେ ବି

ମାତୄଦ୍ରୋହୀ ସେହି ଜାଣ।୨।


ମାତୄଦ୍ରୋହୀ ଯିଏ ପ୍ରଭୁ ଦ୍ରୋହୀ ସିଏ

ଦୂରାଚାରୀ ଅଟେ ଜାଣ,

ପ୍ରଭୁଙ୍କ ଚରଣ ନ ମିଳେ ତାହାକୁ

ବିଭିନ୍ନ ଯୋନିରେ ଭ୍ରମଣ।୩।


ସୁଖ ମିଳେ ନାହିଁ ଜୀବନେ ତାହାକୁ

ଆଦର ନ ମିଳେ ଜାଣ,

ତାଙ୍କରି ସନ୍ତାନେ ସେପରି କରନ୍ତି

ପ୍ରଭୁ କରନ୍ତି ଭିଆଣ।୪।


ମାଆଁଙ୍କ ମୂଲ୍ୟ ହିଁ ସ୍ୱର୍ଗଠୁ ବଡ଼ ହିଁ

ପଟାନ୍ତର ନାହିଁ ତାର,

ତାଙ୍କରି ସେବାହିଁ ଜୀବନେ ଅମୂଲ୍ୟ

କହିଛନ୍ତି ନିରାକାର।୫।


ଧର୍ମପଥ ମୋର ମାଆଙ୍କ ଚରଣ

କର୍ମପଥ ମୋର ସେବା,

ଜ୍ଞାନ ପଥ ମୋର ଜୀବନେ ଉଦ୍ଦେଶ୍ୟ

ନିତ୍ୟେ କରୁ ଥିବି ସେବା।୭।


ଆଦରର ପାତ୍ର ଜନନୀ ମୋହର

ସତ୍ୟପଥ ମୋର ସେବା,

ସର୍ବେଶ୍ୱରୀ ମୋର ଜୀବନ ଯାତ୍ରାରେ

ମାଆଁ ମୋର ସର୍ବେସର୍ବା।୭।


ଅଜ୍ଞାନ ବୁଝେନି ମାଆ କ୍ଷୀର ମୂଲ୍ୟ

ମହା ଅଜ୍ଞାନ ହିଁ ଜାଣ,

ଗର୍ଭର ଯନ୍ତ୍ରଣା ବୁଝେନିଟି କେଭେଁ

ମହାପାପୀ ସେହୁ ଜାଣ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍