କଶତଣ୍ଡି ଫୁଲ
କଶତଣ୍ଡି ଫୁଲ
କାଶତଣ୍ଡି ଫୁଲେ ମହି ଦିଶଇ ଧବଳ
ଧରଣୀ ରାଣୀ ତୁମେ ହସି ଉଠିଲ
ହୃଷ୍ଟ ପୃଷ୍ଟ ଆଜି ଚଉଦିଗ ପୂରି
ଧବଳ କାନନ ଅବା ସୁଶିତଳ ।
ନଦୀ ନାଳ ଗର୍ଭେ ଜାତ ଭିଆଇ
ଶୀତଳ ସ୍ପର୍ଶ ଯେ ମନେ ଭରଇ
ଧରଣୀ ରାଣୀ ଦେହେ ହୋଇଣ ସ୍ପର୍ଶ
ଦଶହରା ଆଗମନ ଦିଏ ସୂଚାଇ ।
ଧବଳ ଟଗର କେଶ ତା ମଞ୍ଜୁଳା
ସୁଶୋଭିତ ଦିଶେ ବନ ରାଜି
ବୋହୂଟେ ଓଢ଼ଣୀ ଟାଣୀଛି ସତେକି
ପ୍ରୀତିର ପରସ ବାଜି ।
ରୂପ ଯୌବନ ଭରା କଳସୀ
ଧରଣୀ ଗାଉଛି ଗୀତ
ଚାମର ମାରୁଛି ମୁଣ୍ଡରେ ତୋହର
ଧରଣୀ ରାଣୀ ହୁଏ ଉସତ ।
ଶୀତଳ ପବନ ବାଜିଲେ ଦେହେ
କାଶତଣ୍ଡି ଯାଏ ଲୋଟି
ଧୋବ ଫର ଫର ପାଟ ଶାଢ଼ୀ ପିନ୍ଧି
ଧାରା ଟି ଶ୍ରାବଣ କଢ଼ି ।
ଦେଖି ଦେଲେ ନେତ୍ର ତୃପ୍ତି ଭରିଯାଏ
ଦେଖି ତୁମରି ଅପୂର୍ବ ଆଭା
ଶରତରେ ତୁମ ଆଗମନ ହୁଏ
ପୃଥିବୀ ଦିଶଇ ଅପୁର୍ବ ଶୋଭା ।
