STORYMIRROR

Bauribandhu Lenka

Others

4  

Bauribandhu Lenka

Others

କରୁଣାରୁ ଊଣା ହେଉ ପଛେ

କରୁଣାରୁ ଊଣା ହେଉ ପଛେ

1 min
477


କରୁଣାରୁ ଊଣା ହେଉ ପଛେ ପ୍ରଭୁ

   କରୋନାକୁ କର ନାଶ

ଜଗତର  ଦୁଃଖ  ନ ବୁଝିବ ଯଦି 

  କେ ଡାକିବ ଜଗଦୀଶ ।


ଜଗତ ବିକ୍ଷାତ  ରଥଯାତ୍ରା ହେବ

  ଜନତା ରହିବେ ନାହିଁ

କେଉଁ ପତିତକୁ   ଉଦ୍ଧାରିବ ପ୍ରଭୁ

  ଜଗତ ଦେଖୁଛି ଚାହିଁ ।


ଆଡପ ମଣ୍ଡପେ  ବସିବ ହେ ପ୍ରଭୁ

   ଭକ୍ତଙ୍କୁ ଦର୍ଶନ ମନା

ଭାଇ ଭଗ୍ନୀ ସହ  ଭୁଞ୍ଜିବ ଅବଢା

   ଭକ୍ତକୁ ଭୟ କରୋନା ।


ବାହୁଡିବ ପ୍ରଭୁ    ବଡଦେଉଳକୁ

   ତା ପୂର୍ବରୁ ସୁନାବେଶ

କିଏସେ ଦେଖିବେ ସୁନାବେଶ ତବ

   ଭକ୍ତକୁ ମନା ପ୍ରବେଶ ।


ନିଜେ ତ କରୁଛ  ନିଜେ କରାଉଛ

   ଯାହା ଘଟୁଛି ଡଗତେ 

ଏ ସାରା ଜଗତ   ଆଜି କଣ୍ଠାଗ୍ରତ

   ଉଦ୍ଧର ପ୍ରଭୁ ତୁରିତେ ।

        


साहित्याला गुण द्या
लॉग इन