STORYMIRROR

SIBENDU SARASWATA PANDA

Others

3  

SIBENDU SARASWATA PANDA

Others

କରୁଣା ଭଣ୍ଡାର

କରୁଣା ଭଣ୍ଡାର

1 min
216

ଥିବ କି ନଥିବ ଭଣ୍ଡାରେ ତୋହର

ଦେବାକୁ କରୁଣା ମୋତେ,

ସେଥିପାଇଁ ପରା ବାରମ୍ବାର ଯାଏ

ମାଗେନାହିଁ କିଛି ତୋତେ।


ଭଣ୍ଡାରେ ଯଦି ତୋ କରୁଣା ରହିଛି

ଫେରିନାହିଁ କେବେ କେହି,

ନିଶ୍ଚେ ସେ ଅଧମ ଯିଏ ପାଇନାହିଁ

ତୋ ପୁରୀ ଧାମକୁ ଯାଇ।


ମାଗିଦେଲେ କାଳେ ନପାଇବି ଯଦି

ଦେବେ ସବୁ ତୋ'ର ଦୋଷ,

ସେଥିପାଇଁ ଯାଏ ଖାଲି ହାତ ନେଇ 

ଫେରେ ହୋଇ ଶୂନ୍ୟ ହସ୍ତ।


ମିଛ ଅପବାଦ କାହିଁକି ଦେବି ମୁଁ

ଲୁଚାଇ ନିଜର ଦୋଷ,

ତେଣୁ ଯାଏ ସଦା ଦୋଷ ଧୋଇବାକୁ

ମନରେ ନରଖି ଆଶ।


ଆବଶ୍ୟକ ହେଲେ ନିଶ୍ଚେ ଯିବି ମୁହିଁ

ଆଗୁଆ ରଖୁଛି କହି,

ଫେରାଇ ଦବୁନି ସରିଲାଣି କହି

ନେହୁରା ହେଲି ଗୋସାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍