କରୁଣା ବାରିରୁ ବିନ୍ଦୁଟିଏ
କରୁଣା ବାରିରୁ ବିନ୍ଦୁଟିଏ
1 min
221
ତୁମେ ପରା ଅଟ ବିଶାଳ ସାଗର
ମୁଁ ଯେ ଅଟେ କ୍ଷୁଦ୍ର ନଈ ,
ତୁମରି ଦେହରେ ଲୀନ ହେବାପାଇଁ
ଅହରହ ଧାଏଁ ମୁହିଁ ।
ତୁମେ କୃପାସିନ୍ଧୁ ଅଗତିର ଗତି
ମୁହିଁ ଏକ ଦୀନଦୁଃଖୀ ,
କରୁଣା ବାରିରୁ ବିନ୍ଦୁ ଟିଏ ଦେବ
ଗଲାବେଳେ ପ୍ରାଣପକ୍ଷୀ ।
