STORYMIRROR

Prasanta kumar Hota

Others

3  

Prasanta kumar Hota

Others

କରୁଛି ପ୍ରୟାସ ପ୍ରତିଦିନ ମୁହିଁ

କରୁଛି ପ୍ରୟାସ ପ୍ରତିଦିନ ମୁହିଁ

1 min
360


କରୁଛି ପ୍ରୟାସ ପ୍ରତିଦିନ ମୁହିଁ

ତୋ ପାଦେ ମିନତୀ କରି

ଦୁଃଖେ ଦେଖୁଥିବି ଦେଉଛୁ କି ମତି

ବୁଝିବି ସଂସାର ଭାରି


ଭରିଛ ମୋ ମନେ ଯେତେ ମାୟା ମୋହ

ଛାଡିବି କେମିତି କହ

ଯେତେ ମୁଁ ଛାଡୁଛି ହେଉଛି ନିକଟ

ହେଲାଣି ଏବେ ଦୂରୁହ


ଚିରସ୍ଥାୟୀ ନୁହେଁ ଜୀବନ କାହାର

ଦୁଃଖେ ସୁଖେ ଥାଏ ବଢା

କାହା ପାଇଁ ସୁଖ ଅଧିକ ଅଧିକ

କିଏ ପୁଣି ଦୁଃଖେ ଗଢା


ଅନ୍ଧ ପରି ତୋତେ ବୁଝିଚି ମୁଁ ଯେତେ

ଦେଖିବାକୁ ଛଟପଟ

ଯେଉଁ କର୍ମ ପଥେ ପାଇବି ମୁଁ ତୋତେ

ଚାଲୁଥିବି ସେହି ବାଟ


କହରେ କାଳିଆ ମୁଁ କି ଦୁଃଖ ଦେଲି

ମୋ ପାଖେ ସରାଗ ନାହିଁ

ସଂସାର ସୁଖରୁ ଗଲାଣି ତ ମୋହ

ବନ୍ଧା ସିନା ଅଛି ରହି।


କେମିତି ଛାଡିବି କହ ତୁ ଦଇବ

ଏ ମାୟା ବନ୍ଧନ ଏବେ

କର୍ତ୍ତବ୍ୟ କରମେ ଆସକ୍ତି ନଥିଲେ

ଅପନିନ୍ଦା ଯାହା ଦେବେ


ବଡଦାଣ୍ଡ ଧୂଳି ହେଉଥିଲେ ବୋଳି

ହେବକି ଶରଧା ସେତେ

କରିଦେ କାଳିଆ କିଛି ଗୋଟେ ମୋତେ

ଯାଉଥିବି ମୁକ୍ତି ପଥେ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍