STORYMIRROR

Prasanta kumar Hota

Others

3  

Prasanta kumar Hota

Others

କରୁଛି ପ୍ରାର୍ଥନା ପ୍ରଭୁ

କରୁଛି ପ୍ରାର୍ଥନା ପ୍ରଭୁ

1 min
178


କରୁଛି ପ୍ରାର୍ଥନା ପ୍ରଭୁ

ଆହେ ଜଗତ ଈଶ୍ୱର

ଦୟାନିଧି ଦୟାକର

ବାର୍ଦ୍ଧକ୍ୟ ମୁଁ ହେବି ପାର

ତୁମେ ପ୍ରଭୁ ଏକା ମୋର

ଅନ୍ତକାଳେ ଅନ୍ତଃସ୍ଵର

ତୁମ ଛଡା କିଏ ଅଛି

ବୃଦ୍ଧ କାଳେ ସାହା ମୋର

ଯାହା ବି ଦେଇଛ ମୋତେ

କରି ନାହିଁ ଅଳି କେବେ

ଭୋଗୁଛି ମୁଁ ଦୁଃଖ ସୁଖ

ମୋର କର୍ମ ଭାଗ୍ୟ ମତେ

ଅସ୍ଥିର ମୁଁ ହେଉ ନାହିଁ

ଧନ ଜନ ଖ୍ୟାତି ପାଇଁ

ମିନତି ମୁଁ କରୁନାହିଁ

ବଇକୁଣ୍ଠ ଯିବି ଯାଇ

ଦିଅ ମୋତେ ସମରଥ

ହେବିନାହିଁ କାହା ଭାର

ଅପୁରୀଷେ ଯାଆନ୍ତାକି

ବାର୍ଦ୍ଧକ୍ୟରେ ଏ ଶରୀର

ନପାଆନ୍ତୁ ଦୁଃଖ କେହି

ମୋର ଦେହ ବୋଝ ପାଇଁ

ଚାଲୁଥାଉ ହାତ ଗୋଡ଼

ହରି ନାମ ମୁଖେ ନେଇ

ଏତିକି ମାଗୁଣି ପ୍ରଭୁ

ଶେଷାବସ୍ଥା ହେଉ ମୋର

କରୁଥିବି ନିଜ କର୍ମ

ଗାଉଥିବି ଗୁଣ ତୋର ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍