କର୍ତ୍ତବ୍ୟେ ଜଡ଼ିତ କାର୍ଯ୍ୟ
କର୍ତ୍ତବ୍ୟେ ଜଡ଼ିତ କାର୍ଯ୍ୟ
ଅଦୃଶ୍ୟ ରୋଗର କାଳଖଣ୍ଡେ ହେଲା
ମାନବତାର ହିଁ କାର୍ଯ୍ୟ,
ଜନସେବା ପ୍ରତି ତତ୍ପର ସରକାର
ହେଲା ନିଃସ୍ୱାର୍ଥର କାର୍ଯ୍ୟ।୧।
ଭୟାବହ କାଳ ଅଦୃଶ୍ୟଟି ହୁଏ
ସାହସ କାର୍ଯ୍ୟ ଅପୂର୍ବ,
ଜନସେବା ହୁଏ କଲ୍ୟାଣେ ଜଡ଼ିତ
ଏହି ତ ଦେଶ ଗୌରବ।୨।
ଗୁଣି ହସ୍ତେ ଅଛି ଦେଶର ଶାସନ
ଅପୂର୍ବ ଗୌରବ ଦିଏ,
ଜନକଲ୍ୟାଣରେ ସମର୍ପଣ ଭାବ
ଗର୍ବିତ ଜନତା ହୁଏ।୩।
ଦିନରାତି ଯାର ଚିନ୍ତା ରାଷ୍ଟ୍ର ପାଇଁ
ମାନବତା ପରିଚୟ,
ଅନ୍ନକଷ୍ଟ ନାହିଁ ପବିତ୍ର ରାଷ୍ଟ୍ରରେ
ସୁଶାସନ ପରିଚୟ।୪।
ଅଦୃଶ୍ୟ ରୋଗର ନିବାରଣ ପାଇଁ
ପ୍ରଶିକ୍ଷିତ ଛାତ୍ରଛାତ୍ରୀ,
ଜାଗ୍ରତ କରିବେ ଗ୍ରାମେ ଗ୍ରାମେ ଯାଇ
ନିରୋଗ ହେବ ଧରିତ୍ରୀ।୫।
ଏହି କାଳଖଣ୍ଡ ଯନ୍ତ୍ରଣାରେ ଜଡ଼ିତ
ଅତି ଦୁଃଖଦାୟୀ କ୍ଷଣ,
ଭୁଲି ହେବ ନାହିଁ ଭୟାବହ ଦୃଶ୍ୟ
ଆର୍ତ୍ତନାଦ ଭରା କ୍ଷଣ।୬।
ତଥାପି ତାହାର ଅବଦାନ ଅତି
ସେବା ଭାବର ଜାଗ୍ରତ,
ସବୁ ଆବଶ୍ୟକ ପୂରଣ କରିଲା
ଭବିଷ୍ୟତ ସୁରକ୍ଷିତ।୭।
ଆତ୍ମନିର୍ଭରଟି ହୋଇଲା ହିଁ ଅସ୍ତ୍ର
ଟିକା ହେଲା ଆବିଷ୍କାର,
ଆତ୍ମବିଶ୍ୱାସର ମନ୍ତ୍ରକୁ ଯୋଡିଲା
ଭବିଷ୍ୟ କଲା ସୁନ୍ଦର।୮।
ଶକ୍ତିଶାଳୀ ହୁଏ ସବୁ କ୍ଷେତ୍ର ଦେଶ
ପ୍ରଭୁ ଭକ୍ତି ହେଲା ସାର,
ସତ୍ୟପଥ ଦେଲା ଜନଜନ ମଧ୍ୟେ
ଧର୍ମପଥ ହୁଏ ସାର।୯।
ଅଦୃଶ୍ୟ ରୋଗର କାଳଖଣ୍ଡେ ହେଲା
ମାନବତାର ହିଁ କାର୍ଯ୍ୟ,
ଜନସେବା ପ୍ରତି ତତ୍ପର ସରକାର
ହେଲା ନିଃସ୍ୱାର୍ଥର କାର୍ଯ୍ୟ।୧୦।
