STORYMIRROR

Maitreyee Kamila

Others

3  

Maitreyee Kamila

Others

କୃଷ୍ଣ

କୃଷ୍ଣ

1 min
41

ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି

ଆଜି ପୁଣି 

କୃଷ୍ଣ ନାମରେ ହଜିଯାଉଛି ମନ

 ଗୋପପୁରର ଖୁସିରେ  

ଘରେ ଘରେ କାହୁଁ ହସେ

ସଂସାର ହସେ

ହସନ୍ତି ବାଲ୍ୟ ସଖା ସୁଦାମା ସୁବଳ।

ଝଲସି ଉଠେ

ମଥୁରା , ବୃନ୍ଦାବନ,ଦ୍ଵାରିକା ପୁର।


ଏବେ ମଧ୍ୟ 

ଗୋପପୁର ଗୋପୀଙ୍କ ଭାବନାରେ ତୁମେ

ରାଧା ହୃଦୟ କନ୍ଦରରେ ତୁମେ

ସେଇ ଗୋଠ ବାହୁଡା ବେଳ ବଇଁଶୀ ସ୍ୱର ରେ

ଗୀତା, ଭାଗବତ, ପୁରାଣ ପୋଥିରେ

ଅର୍ଜୁନଙ୍କ ରଥ ସାରଥୀ ରେ

ଯାଜ୍ଞସେନିଙ୍କ କୋଟବସ୍ତ୍ରରେ ତୁମେ।


ସତରେ କଣ ଫେରିଆସି

କହିଯିବ ରାଧା କାନେ କାନେ

ଏ ଯମୁନା କୁଳ

କଦମ୍ବ ବନ

ଗୋପ ଦାଣ୍ଡ

ଫଗୁ ଅବିର

ତୁମେ ନଥିଲେ ସବୁ ମିଛ।


ସମୟଟା ଏବେ ଅସହାୟ ସାଜିଛି ହେ ଦେବକୀ ନନ୍ଦନ

ଘରେ ଘରେ ଆଖିର ଲୁହରେ ଓଦା ହେଉଛି ଦିନ ବାର ରାଶି ଗ୍ରହ ନକ୍ଷତ୍ର।

ଆଉ ଥରେ ସୁଦର୍ଶନ ଚକ୍ରରେ ଶକ୍ତି ଭରି ତୋଳି ନିଅ 

କାଳର କରାଳକୁ,

ନିର୍ବାସିତ ମୁହୂର୍ତ୍ତକୁ,

ତୁମ ପଞ୍ଚଜନ୍ୟର ଓଁକାର ଶବ୍ଦରେ ନିନାଦିତ ହେଉ

ଆର୍ଯ୍ୟଭୂମି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍