STORYMIRROR

K. Nirmal

Others

2  

K. Nirmal

Others

କୃଷ୍ଣ ଓ ସୁଦାମା

କୃଷ୍ଣ ଓ ସୁଦାମା

1 min
7.3K


ବନ୍ଧୁତାର ଅର୍ଥ ଜାଣିଛ କି ଭାଇ
କୃଷ୍ଣ, ସୁଦାମାର ଭାବର କଥା,
ଦ୍ୱାପର ଯୁଗରେ ଥିଲେ ବନ୍ଧୁ ଦୁହେଁ
ସଂସାର ଜାଣଇ ଦୁହିଁଙ୍କ ଗାଥା ।।

ଆଜିର ସମାଜେ ବନ୍ଧୁ ଅର୍ଥ ଭିନ୍ନ
ସ୍ୱାର୍ଥ ପାଇଁ ବନ୍ଧୁ ପକାନ୍ତି ବଳି,
ବନ୍ଧୁତାର ଅର୍ଥ ଜାଣନ୍ତି ଗୋବିନ୍ଦ
ପାଦ ଧୋଇଦେଲେ ଅଶ୍ରୁକୁ ଢାଳି ।।

ନିଷ୍ପ୍ରଭ - ମୁଖକୁ,ପାଦୁ ଝରେ ରକ୍ତ
ହାତେ ବାଡ଼ି, ଦେହେ ମଇଳା ଲୁଗା,
ଦିନହୀନ ରୂପ ଦେଖି ସୁଦାମାର
ଲୁହ ନୁହଁ ଝରେ ରକତ ଅବା ।।

ନଇଁ ପଡି ପ୍ରଭୁ କାଡ଼ନ୍ତେ କଣ୍ଟକ
ପ୍ରଭୁଙ୍କ ଲୋତକେ ସୁଦାମା ଓଦା,
ଚାରି ନେତ୍ରୁ ଝରା ଲୋତକେ ତିନ୍ତିଲେ
ତଥାପି ଲିଭିନି ମନର ବ୍ୟଥା ।।

ଦୁଇ ବନ୍ଧୁଙ୍କର ଅପୁର୍ବ ମିଳନ
ଯୁଗେ ଯୁଗେ ରହିଅଛି ସେ ଗାଥା,
ଜଣେ ଭଗବାନ,ଜଣେ ତ ଭକତ
ଏକ ଆତ୍ମା ସିନା ପ୍ରାଣ ଦୁଇଟା ।।

◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
◆ ମୋବାଇଲ:- ୯୫୬୬୧୧୩୬୦୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍