STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କୃଷ୍ଣ ଜନ୍ମ କଥା

କୃଷ୍ଣ ଜନ୍ମ କଥା

1 min
41



କୃଷ୍ଣ ହେ, ଦ୍ଵାପର ରାସ ରସିକ 

ଭାରତ ଯୁଦ୍ଧ କାରକ

ମହା ଭାରତ ର ମହା ନାୟକ ହେ, କୃଷ୍ଣ ହେ ।।


ଦେବତା କୁଳ ଅଥୟ, ପ୍ରାର୍ଥନା କଲେ ଅଭୟ

ଦେଲ ତାଙ୍କୁ ବରାଭୟ, ଜନମି ମାନବ ରୂପେ,

 ତୁମେ ତ ହୋଇବ ଦୁଷ୍ଟ ନାଶକ ହେ, କୃଷ୍ଣ ହେ,… ।।


ଅର୍ଦ୍ଧ ରାତ୍ର ନିଶା ବେଳେ, ଘନ ଘନ ଶମ୍ପା ମାରେ

ଘୋର ଘନ ବର୍ଷା କାଳେ, ଭରା ଅନ୍ଧାର ରାତିରେ,

 ଦେବକୀ ଉଦର ସ୍ଵତ୍ସ ସ୍ପଟିକ ହେ, କୃଷ୍ଣ ହେ,… ।।


ଭାଦ୍ର କୃଷ୍ଣ ଅଷ୍ଟମୀ ରେ, ଦେବକୀ ମାତା କୋଳରେ

ଆସି କଂସ ବନ୍ଦୀ ଘରେ, ଉଚେ ସ୍ଥିତ ସର୍ବଗ୍ରହ,

 ଜନ୍ମ ଅଭିନବ ନବ ଜାତକ ହେ, କୃଷ୍ଣ ହେ,… ।।


ବନ୍ଦୀ ଗୃହ ରକ୍ଷୀ ନିଦ୍ରା, ଅଚେତନ ଘାରେ ତନ୍ଦ୍ରା

ବସୁଦେବ କୁ ଯଶୋଦା, ମନ୍ଦିରେ ଗମନ କରି,

 କୋଳେ ଛାଡିବାକୁ ଆଜ୍ଞା ଦାୟକ ହେ, କୃଷ୍ଣ ହେ,… ।।


କଳ କଳ ଯମୁନା ର, ଉତ୍ଥାନ ତରଙ୍ଗ ମାଳ

ବାସୁକି ପଣା ଉଢାଳ, ସତେ କେତେ ଅଦଭୁତ

ଯଶୋଦା କୋଳ ମଣ୍ଡନ କାରକ ହେ, କୃଷ୍ଣ ହେ…।।


ସଙ୍ଗେ ବିଜୁଳି କନ୍ୟାକୁ, ଆଦେସିଲ ଆଣିବାକୁ

ଫେରିଲେ ବନ୍ଦୀ ଗୃହକୁ, କନ୍ୟା କ୍ରନ୍ଦନ ଶବଦେ,

 ଯାଗିଲେ ପ୍ରହରୀ ଲାଗେ ଚମକ ହେ, କୃଷ୍ଣ ହେ,… ।।


ଜଣା କଲେ ତତ୍-କ୍ଷଣାତ, କନ୍ୟାକୁ ନେଇଣ ଦୈତ୍ୟ

ଆଘାତ ପାଇଁ ଉଦ୍ୟତ, ଶିଳେ ନେଇ ପ୍ରହାରନ୍ତେ,

 ହସ୍ତୁ ଖସି ଶୂନ୍ୟୁ ଦେଲା ସେ ଡାକ ହେ, କୃଷ୍ଣ ହେ,… ।।


ତୋତେ ଯେ ମାରିବ ଗୋପେ, ଜନ୍ମୋତ୍ସବ ପାଳେ ଦର୍ପେ 

ସାବଧାନ ହୁଅ ଏବେ, ଚନ୍ଦ୍ରକଳା ସମ ସେହି

 ବଢୁଅଛି ତୋର ପ୍ରାଣ ନାଶକ ରେ, କୃଷ୍ଣ ହେ,… ।।


ତାହା ଶୁଣି କଂସାସୁର, ହୋଇଲା ବଡ଼ ଆତୁର

ପାତ୍ର ମନ୍ତ୍ରୀଙ୍କୁ ହକାରି, କରଇ ବିଚାର ବସି,

 ଜନ୍ମିଲେଣି ତା’ର ପ୍ରାଣ ଘାତକ ହେ, କୃଷ୍ଣ ହେ,… ।।


କୃଷ୍ଣ ଜନ୍ମ ବାଳଲୀଳା, କରିଲେ ସେ ନନ୍ଦ ବଳା

ପ୍ରଫୁଲ୍ଲ ଗୀତେ କହିଲା, କୃଷ୍ଣ ଜନ୍ମ କଥା ମାଳା,

 ରକ୍ଷାକର ମହୀ ରକ୍ଷା କାରକ ହେ, କୃଷ୍ଣ ହେ,… ।।



Rate this content
Log in