STORYMIRROR

jagabandhu sahu

Others

3  

jagabandhu sahu

Others

କୃଷକ

କୃଷକ

1 min
190

ଜୀବନେ ତାର  କେତେ ଯେ ଦୁଃଖ

     ତଥାପି ଦିଏ ହସି

ଖରା ବର୍ଷାକୁ       ସହିତ ଯାଏ

     ନାମଟି ତାର ଚାଷୀ ।


ମୁଣ୍ତରେ ଭିଡି       ପଗଡି ଟିଏ

      ସାଥିରେ ନିଏ ହଳ

କରି ଚାଲିଛି       ପରିଶ୍ରମ ସେ

      ତୁଣ୍ତରେ ମାରି ଝାଳ ।


ବରଷାଟା ଯେବେ   ଛୁଉଁଛି ଧରାକୁ

      କୃଷକର ମନ ଖୁସି

କରି ଚାଲଇ ସେ  ବାର ବେଉସାକୁ

     ମାଟିକୁ ଦେହରେ ଲେସି ।


Rate this content
Log in