STORYMIRROR

Mrunmayee Behera

Others

3  

Mrunmayee Behera

Others

କୃଷକ

କୃଷକ

1 min
153


ନିସ୍ଵ ଜୀବନେ ଶସ୍ୟ ପ୍ରଦାନେ

ସଭିଙ୍କର ଅନ୍ନଦାତା,

ଦାରିଦ୍ର୍ୟ ମୋର ଚିର ବାନ୍ଧବ

ସ୍ଵଳ୍ପତାରେ ପ୍ରସନ୍ନତା ।


ମାଟିର ଦେହକୁ କରି ମାଟି

ଦିନ ବିତେ ଖଟି ଖଟି,

ଫଳାଇ ମାଟିରେ ସୁନା ଶସ୍ୟ

ଅନ୍ୟ ହସ୍ତେ ଦିଏ ବାଣ୍ଟି ।


ମୋର ଭାଗ୍ୟେ ଲେଖା ଦୁଃଖ ବାରି

ନୟନେ ଆସେନି ସ୍ଵପ୍ନ,

ଶୂନ୍ୟ ହସ୍ତେ ଶୂନ୍ୟ କପାଳକୁ

ଧରି କରଇ ଶୟନ ।


ତଥାପି ନାହିଁ ଏ ମନେ ଖେଦ

କରେନାହିଁ ପ୍ରତିବାଦ,

ଜୀବନର ଯେତେ ପ୍ରତିଘାତ

ନୀରବେ ଚାଖେ ତା' ସ୍ଵାଦ ।






Rate this content
Log in