କୃପାସିନ୍ଧୁ କର କୃପା
କୃପାସିନ୍ଧୁ କର କୃପା
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• କୃପାରେ କୃପଣ କିଆଁ କୁହ ହୁଅ ହେ କାଳିଆ
• କୃପାସିନ୍ଧୁ ବୋଲି ନାମ କାହିଁକି ହେ ବୋଲାଇବ
• ତୁମେ ଥାଉ ଥାଉ ନାଥ ଦୀନ ହୋଇବ ଅନାଥ
• ଏହା କି ଶୋଭା ଦିଶିବ ।।
•
• ତୁମେ ତ ଆରତତ୍ରାଣ ମୁଁ ଅଟଇ ହୀନ ଜନ
• ମୋରେ କୃପା ନକରିଲେ
• କେ ମୋର ଦୁଃଖ ଫେଡିବକୃପାସିନ୍ଧୁ
• କୃପାରେ କୃପଣ କିଆଁ…. ।।
•
• ପଙ୍କଜ ପଦ ରେ ଲୟ କରି କରେ ଅନୁନୟ
• ତବ କୃପା ଜଳ ବିନା
• କେମନ୍ତେ ପ୍ରାଣ ବଞ୍ଚିବ
• କୃପା ରେ କୃପଣ କିଆଁ…. ।।
•
• ଦୁଃଖ ଜ୍ଵାଳା ସହି ନୋହି ବୁଦ୍ଧି ବାଟ ଦିଶୁନାହିଁ
• କେମନ୍ତେ କାଟିବି କାଳ
• କାହିଁରେ ନମିଳେ ଠାବ
• କୃପାରେ କୃପଣ କିଆଁ…. ।।
•
• ମଝି ଗଣ୍ଡରେ ମୋ ନାବ ଭାସୁଅଛି ହେ ଭୋଦେବ
• ଉଦ୍ଧାର ନକଲେ ପ୍ରଭୁ
• ଆଉ କିଏ ଉଦ୍ଧାରିବ
• କୃପାରେ କୃପଣ କିଆଁ…. ।।
•
• କରିଅଛି କେତେ ଆଶା ରଖିବ ମୋର ଭରସା
• ଦାସ ଯେବେ ନାଶଯିବ
• କେଉଁ ଯଶ ଅରଜିବ
• କୃପାରେ କୃପଣ କିଆଁ…. ।।
•
• ଡାକଇ ପ୍ରଫୁଲ୍ଲ ଦୀନ ରଖ ପ୍ରଭୁ ନାରାୟଣ
• ବିନତୀ କରେ ପୟରେ
• ଦୟା ଊଣା ନକରିବ ,
କୃପାରେ କୃପଣ କିଆଁ…..।।
